
ଲୋକାର୍ପିତ ହେଲା ଓମ୍ ବିହାର ର ରାସ୍ତା ଓ ଡ୍ରେନ୍
ଭୁବନେଶ୍ୱର , 26 ଅକ୍ଟୋବର (ହି.ସ.) - ଭୁବନେଶ୍ୱର ର ଜନସାଧାରଣଙ୍କ ଆବଶ୍ୟକତା ପୂରଣ ମୋର ପ୍ରଥମ ପ୍ରାଥମିକତା। ଜନସେବା ହିଁ ଆମର ସଂକଳ୍ପ, ଜନସାଧାରଣଙ୍କ ସନ୍ତୋଷ ହିଁ ଆମର ସଫଳତା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନର ଉଚିତ୍ ବ୍ୟବସ୍ଥା ସହିତ ପାନୀୟ ଜଳ,ବିଜୁଳି ଯୋଗାଣ ଇତ୍ୟାଦି କୁ ନେଇ ସବୁବେଳେ କାର୍ଯ୍ୟ ଚାଲିଥିବା ବେଳେ, ସ୍ବଛତା ଓ ପରିମଳ ବ୍ୟବସ୍ଥା ର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ସ୍ଵରେଜ୍ ଓ ଡ୍ରେନେଜ୍ କାର୍ଯ୍ୟ ଆବଶ୍ୟକତା ମୁତାବକ ଜାରି ରହିଛି । ତେବେ ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣୀବିହାର ମଣ୍ଡଳର ୧୦ ନମ୍ବର ୱାର୍ଡର ଓମ୍ ବିହାର ଅଞ୍ଚଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଲୋକାର୍ପଣ କରାଯାଇଛି। ପାଖାପାଖି ୮୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ସ୍ଥାନୀୟ ଲୋକ ମାନଙ୍କ ଜୀବନ ଧାରଣ ର ମାନ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ଭୁବେନଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ,ଗତ ୨୦୨୫ ମସିହା ଫେବୃଆରୀ ମାସରେ ସ୍ଥାନୀୟ ଜନସାଧାରଣ ଓମ୍ ବିହାର ଅଞ୍ଚଳର ରାସ୍ତା ଓ ଡ୍ରେନ୍ ସମସ୍ୟା ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଅବଗତ କରାଇଥିଲେ। ଜନସାଧାରଣଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ, ସମନ୍ୱୟ ଓ ଅକ୍ଳାନ୍ତ ପ୍ରୟାସ ଫଳରେ ଆଜି ଏହି କାର୍ଯ୍ୟ ସଫଳ ରୂପ ନେଇପାରିଛି ବୋଲି କହିଛନ୍ତି ସାଂସଦ।
ଏହି ଅବସରରେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ସାଂସଦ ପ୍ରତିନିଧି ପ୍ରଣୟ କାରଣ, ମନ୍ମଥ ନାୟକ, ଓମ୍ ବିହାର କମିଟି ସଭାପତି ରମାକାନ୍ତ ପଣ୍ଡା , ରଜତ ପାତ୍ର, ମଣ୍ଡଳ ସଭାପତି ଲିପା ଦାସ,ୱାର୍ଡ ସଭାପତି ସୌଭାଗ୍ୟ, ସ୍ଥାନୀୟ ତହସିଲଦାର, ବହୁ ନେତୃବୃନ୍ଦ, ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ ଓ ବୟୋଜ୍ୟେଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା