ବୋଲେରୋ ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ
ଜୟପୁର, ୨୬ ଅକ୍ଟୋବର (ହି.ସ.)- ଏକ ବୋଲେରୋ ଗାଡ଼ି ଚୋରି ଘଟଣାର ପର୍ଦ୍ଦାଫାସ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଟପାଡ଼ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୁବେନ ମହାନନ୍ଦିଆ, ସୁରେଶ ହନ୍ତାଳ, କିଶାନ ଦୁରିଆ ଓ ପ୍ରଦୀପ କ୍ଷେମୁଣ୍ଡୁ। ପୁଲିସ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି l ପୁଲିସ
ବୋଲେରୋ ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ


ଜୟପୁର, ୨୬ ଅକ୍ଟୋବର (ହି.ସ.)- ଏକ ବୋଲେରୋ ଗାଡ଼ି ଚୋରି ଘଟଣାର ପର୍ଦ୍ଦାଫାସ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଟପାଡ଼ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୁବେନ ମହାନନ୍ଦିଆ, ସୁରେଶ ହନ୍ତାଳ, କିଶାନ ଦୁରିଆ ଓ ପ୍ରଦୀପ କ୍ଷେମୁଣ୍ଡୁ। ପୁଲିସ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି l ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୧ ତାରିଖ ରାତିରେ କୋଟପାଡ଼ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ପ୍ରଦୀପ ସାହୁଙ୍କ ବୋଲେରୋ ଗାଡ଼ିକୁ ତାଙ୍କ ଘର ପରିସରରୁ ଚୋରି କରାଯାଇଥିଲା। ଏନେଇ ପ୍ରଦୀପ ଗତ ୧୭ ତାରିଖରେ କୋଟପାଡ଼ ଥାନାରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରି ଚୋରି ହୋଇଥିବା ବୋଲେରୋକୁ ଉଦ୍ଧାର କରିବା ସହ ଚାରି ଜଣଙ୍କୁ ଗିରଫ କରିଥିଲା।ତଦନ୍ତ ସମୟରେ ଅଭିଯୁକ୍ତମାନେ ଗାଡ଼ି ଫେରାଇବା ପାଇଁ ଗାଡ଼ି ମାଲିକଙ୍କୁ ୮୦ ହଜାର ଟଙ୍କା ଦାବି କରିଥିବା ଏବଂ ଫୋନ୍ ପେ ମାଧ୍ୟମରେ ୧ ହଜାର ଟଙ୍କା ନେଇଥିବା ପୁଲିସ କହିଛି। ଏହି ଘଟଣାରେ ଅନ୍ୟ ଏକ ଚୋରି ଗାଡ଼ି ବ୍ୟବହାର କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।କୋଟପାଡ଼ ଥାନା ଆଇଆଇସି ରୁଣୁ ମାଝୀ ଓ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଅରୁଣ କୁମାର ପଣ୍ଡା ତଦନ୍ତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ- ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande