
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମା ତିଥି ଠାରୁ ମହା ସମାରୋହ ରେ ବିଭିନ୍ନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ୱିତୀୟ ଦିନରେ କେନ୍ଦ୍ରାଂଚଳ ଆଇଜି ସତ୍ୟଜିତ ନାୟକ କେନ୍ଦ୍ରାପଡା ଗସ୍ତ କରିବା ସହ ପୋଲିସ ପ୍ରଶାସନର କାର୍ଯ୍ୟଧାରା ସଂପର୍କରେ ଅବଗତ ହୋଇ ସମୀକ୍ଷା କରିଥିଲେ। ଶ୍ରୀ ନାୟକ ଆଜି ସଂନ୍ଧ୍ୟା ସମୟରେ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡ ଠାରେ ପହଁଚି ପୋଲିସ ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ମୁଖ୍ୟ କଂଟ୍ରୋଲ ରୁମ ଓ ଟାଉନ ଫାଣ୍ଡି ପରିଦର୍ଶନ କରିଥିଲେ। ଏହି ଅବସର ରେ ଏସପି ସିଦ୍ଧାର୍ଥ କାଟରିଆ, ଏସଡିପିଓ ଜ୍ୟୋତି ରଂଜନ ଗୈାଡ, ଟାଉନ ଥାନା ଅଧିାରୀ ଶୁଭେନ୍ଦୁ ସାହୁ, ସାଇବର ଥାନା ଅଧିକାରୀ ଦିଲିପ କୁମାର ସାହୁ ସମେତ ଅତିରିକ୍ତ ଏସପି, ଡିଏସପି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏସ୍ପି ଶ୍ରୀ କାଟାରିଆ ପୋଲିସ ପ୍ରଶାସନର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପରିସ୍ଥିତି, ମେଢ ଗୁଡିକର ମେଲଣ ପଡିଆକୁ ପ୍ରବେଶ ଓ ପ୍ରସ୍ଥାନ ସଂପର୍କରେ ଟିକିନିଖି ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ପୂଜା ମଣ୍ଡପରେ ଆଇଜି ଶ୍ର ନାୟକ ପହଁଚି ମା’ଙ୍କୁ ଦର୍ଶନ କରିବା ସହ ପୂଜା କମିଟି ପକ୍ଷରୁ ଶ୍ରୀ ନାୟକଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ନ୍ଧିତ କରା ଯାଇଥିଲା। ପରେ ପରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଚାଲି ଚାଲି ପୁରୁଣା ବସଷ୍ଟାଣ୍ଡ ରୁ ନୂଆ ବସଷ୍ଟାଣ୍ଡ ଅଭିମୁଖେ ସହର ମଧ୍ୟ ଦେଇ ପରିକ୍ରମା କରି ବିଭିନ୍ନ ପୂଜା ମଣ୍ଡପରେ ପହଁଚି କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି