ଚମ୍ପୁଆରେ ଜମୁଛି ମା ଗଜଲକ୍ଷ୍ମୀଙ୍କ ପୂଜା: ଭକ୍ତିମୟ ପରିବେଶ ସହ ଆକର୍ଷଣୀୟ ତୋରଣ ସାଜସଜ୍ଜା
ଚମ୍ପୁଆ, ୨୬ ଅକ୍ଟୋବର(ହି.ସ.) – ଚମ୍ପୁଆ ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ସ୍ଥାନୀୟ ଶିବ ଜାଗର ପଡ଼ିଆଠାରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବେଶ୍ ଜମିବାରେ ଲାଗିଛି। ଏହି ପାର୍ବଣ ଋତୁରେ ଚମ୍ପୁଆ ବଜାର ଅଧିକ ଚଳଚଂଚଳ ହୋଇଉଠିଥିବା ବେଳେ ପ୍ରତିଦିନ ପୂ
ଚମ୍ପୁଆରେ ଜମୁଛି ମା ଗଜଲକ୍ଷ୍ମୀଙ୍କ ପୂଜା: ଭକ୍ତିମୟ ପରିବେଶ ସହ ଆକର୍ଷଣୀୟ ତୋରଣ ସାଜସଜ୍ଜା


ଚମ୍ପୁଆ, ୨୬ ଅକ୍ଟୋବର(ହି.ସ.) – ଚମ୍ପୁଆ ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ସ୍ଥାନୀୟ ଶିବ ଜାଗର ପଡ଼ିଆଠାରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବେଶ୍ ଜମିବାରେ ଲାଗିଛି। ଏହି ପାର୍ବଣ ଋତୁରେ ଚମ୍ପୁଆ ବଜାର ଅଧିକ ଚଳଚଂଚଳ ହୋଇଉଠିଥିବା ବେଳେ ପ୍ରତିଦିନ ପୂଜା ମଣ୍ଡପରେ ମାତୃପ୍ରେମୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି।

ମା’ ଲକ୍ଷ୍ମୀଙ୍କ ମନୋରମ ମୃଣ୍ମୟୀ ମୂର୍ତି, ସୁଉଚ୍ଚ ତୋରଣ, ରଙ୍ଗାରଙ୍ଗ ଆଲୋକମାଳାର ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ପ୍ରତିଦିନ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି।

ଏହି ଅବସରରେ ଶତାଧିକ ମାତୃପ୍ରେମୀ ଓ ମହିଳା ପବିତ୍ର ବୈତରଣୀ ନଦୀଘାଟକୁ ଯାଇ ସେଠାରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପବିତ୍ର ଜଳପୂର୍ଣ୍ଣ କଳସକୁ ମୁଣ୍ଡରେ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ପ୍ରତ୍ୟାବର୍ତନ କରିଥିଲେ। କଳସ ସ୍ଥାପନ ପରେ ମଣ୍ଡପରେ ରୀତିନୀତି ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜାପାଠ ଆରମ୍ଭ ହୋଇଥିଲା।

ଏହି ବାର୍ଷିକ ପୂଜାରେ ସୋମନାଥ ସାହୁ କର୍ତା ଭାବେ ସଂକଳ୍ପ କରିଥିବା ବେଳେ ମୁଖ୍ୟ ପୁରୋହିତ ପଣ୍ଡିତ ଜୟହରି ମିଶ୍ର ଓ ରମେଶ ଦାଶ ପ୍ରମୁଖ ବୈଦିକ ରୀତିନୀତି ଏବଂ ମନ୍ତ୍ରପାଠ ସହ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବ୍ରାହ୍ମଣଙ୍କ ଉଚ୍ଚାରିତ ପବିତ୍ର ମନ୍ତ୍ରଧ୍ୱନି ପୂରା ଅଂଚଳରେ ଏକ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି, ଯାହା ଶ୍ରଦ୍ଧାଳୁଙ୍କୁ ବିଭୋର କରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande