ତହସିଲଦାରଙ୍କ ବିରୋଧରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ
ବଲାଙ୍ଗିର, 26 ଅକ୍ଟୋବର (ହି.ସ.) ଘର ନିର୍ମାଣ ପାଇଁ ମିଳିଥିଲା କାର୍ଯ୍ୟାଦେଶ । ପ୍ରଥମ କିସ୍ତି ଟଙ୍କାରେ ଘର ଛାତ ପର୍ଯ୍ୟନ୍ତ ନିର୍ମାଣ ବି ହୋଇଛି । ହେଲେ ଜମି ମାପର ରିପୋର୍ଟ ମିଳୁନଥିବାରୁ ଅଟକିଛି ଦ୍ୱିତୀୟ କିସ୍ତି ଟଙ୍କା । ଏଭଳି ସ୍ଥିତିରେ ବଲାଙ୍ଗିର ତହସିଲଦାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
ତହସିଲଦାରଙ୍କ ବିରୋଧରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ


ବଲାଙ୍ଗିର, 26 ଅକ୍ଟୋବର (ହି.ସ.) ଘର ନିର୍ମାଣ ପାଇଁ ମିଳିଥିଲା କାର୍ଯ୍ୟାଦେଶ । ପ୍ରଥମ କିସ୍ତି ଟଙ୍କାରେ ଘର ଛାତ ପର୍ଯ୍ୟନ୍ତ ନିର୍ମାଣ ବି ହୋଇଛି । ହେଲେ ଜମି ମାପର ରିପୋର୍ଟ ମିଳୁନଥିବାରୁ ଅଟକିଛି ଦ୍ୱିତୀୟ କିସ୍ତି ଟଙ୍କା । ଏଭଳି ସ୍ଥିତିରେ ବଲାଙ୍ଗିର ତହସିଲଦାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ବଲାଙ୍ଗିର ସଦର ବ୍ଲକ ରିନବଚନ ଗାଁର କାଞ୍ଚନ ଦୀପ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ପାଇଥିଲେ । ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପାଇବା ପରେ ଘର ନିର୍ମାଣ ଆରମ୍ଭ କରିଥିଲେ । ତେବେ ପଡ଼ୋଶୀଙ୍କ ଅଭିଯୋଗ ପରେ ଜମିର ଡିମାର୍କେସନ୍ କରାଇବାକୁ କୁହାଯାଇଥିଲା । ଆର୍ଆଇ ଜମି ମାପ କରିଥିଲେ ମଧ୍ୟ ରିପୋର୍ଟ ମିଳିନଥିବା କାଞ୍ଚନ ଅଭିଯୋଗ କରିଛନ୍ତି । ଏପରିକି ତହସିଲ କାର୍ଯ୍ୟଳେୟକୁ ଗଲେ ତହସିଲଦାର ଦୁର୍ବ୍ୟବହାର କରି ପୋଲିସ ଦ୍ୱାରା ବାହାର କରିଦେଉଥିବା ସେ କହିଛନ୍ତି । ଏନେଇ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କାଞ୍ଚନ । ତେବେ ଏହି ଅଭିଯୋଗ ନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande