
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) ବିଜେପିର ରାଷ୍ଟ୍ରୀୟ ସଚିବ ତଥା ଓଡ଼ିଶା ସହ-ପ୍ରଭାରୀ ଡଃ ସ୍ୱଦେଶ ସିଂହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ ଦିଆଯାଇଥିବା ବୟାନକୁ ନିନ୍ଦା କରିଛନ୍ତି। ଏହି ବୟାନ କେବଳ ଆବେଗର ବଶବର୍ତ୍ତୀ ହୋଇ ଦିଆଯାଇଥିବା ମନ୍ତବ୍ୟ ନୁହେଁ, ବରଂ ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ବୋଲି ମନେ ହେଉଥିବା ସେ ଅଭିଯୋଗ କରିଛନ୍ତି।
ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖି ଡଃ ସିଂହ କହିଛନ୍ତି ଯେ, ସାମ୍ବିଧାନିକ ସଂସ୍ଥାଗୁଡ଼ିକର ପରିହାସ କରିବା, ସେମାନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ଏବଂ ଦେଶରେ ଅରାଜକତାର ପରିବେଶ ସୃଷ୍ଟି କରିବା ଭଳି ବୟାନ ଗଣତନ୍ତ୍ରକୁ ଦୁର୍ବଳ କରିଥାଏ।
ଖଡ଼ଗେ ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରି ଡଃ ସିଂହ ଅଭିଯୋଗ କରିଛନ୍ତି ଯେ, ସେମାନେ ବିଦେଶୀ ଟୁଲକିଟ୍ର ପ୍ରଭାବରେ କାର୍ଯ୍ୟ କରୁଛନ୍ତି। ଅରାଜକତାକୁ ପ୍ରୋତ୍ସାହିତ କରୁଥିବା ରାଜନୀତି ମାଧ୍ୟମରେ ନିଆଁ ସହ ଖେଳୁଥିବା ଲୋକମାନେ ଏହାର ପରିଣାମ ଶେଷରେ ସେମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ବୋଲି ବୁଝିବା ଉଚିତ ବୋଲି ସେ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ