ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ
ବଲାଙ୍ଗିର, 26 ଅକ୍ଟୋବର (ହି.ସ.) .ବଲାଙ୍ଗିର ଜିଲ୍ଲା ସଦାଇପାଲିଠାରେ ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ଶତାଧିକ ମହିଳା ଓ ବ୍ରତଧାରୀଙ୍କ ଅଂଶଗ୍ରହଣରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଧାର୍ମିକ ଓ ଭକ୍ତିମ
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ


ବଲାଙ୍ଗିର, 26 ଅକ୍ଟୋବର (ହି.ସ.)

.ବଲାଙ୍ଗିର ଜିଲ୍ଲା ସଦାଇପାଲିଠାରେ ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ଶତାଧିକ ମହିଳା ଓ ବ୍ରତଧାରୀଙ୍କ ଅଂଶଗ୍ରହଣରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଧାର୍ମିକ ଓ ଭକ୍ତିମୟ ପରିବେଶରେ ଏହି ଯାତ୍ରା ସମ୍ପନ୍ନ ହୋଇଥିଲା।

ଆୟୋଜକ ଫକୀର ମୋହନ ଥାଟିଙ୍କ ଉଦ୍ୟମ ଏବଂ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପୂଜାର ପ୍ରଥମ ଦିନର କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ପୂଜାରେ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସହଧର୍ମିଣୀ ରଜନୀ ରାଣୀ ମିଶ୍ର, ପଞ୍ଚାନନ ମିଶ୍ରଙ୍କ ସହଧର୍ମିଣୀ ସବିତା ମିଶ୍ର ଏବଂ ଅନ୍ତର୍ଯ୍ୟାମୀ ପଟେଲଙ୍କ ସହଧର୍ମିଣୀ କମଳିନୀ ପଟେଲ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଉଛନ୍ତି। ପୂଜକ ଭାବରେ ଲକ୍ଷ୍ମୀପ୍ରସାଦ ଚାନ୍ଦ ଓ ବିଜୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଏହି ପୂଜା ଆୟୋଜନରେ ଶମ୍ଭୁ ପ୍ରସାଦ ନାଏକ, ବିଜୟ ସାଏ, ସୀତାରାମ ପଟେଲ, ଟିକୁ ଥାଟି, ଲିପନ ନାଏକ, ନିଖିଲ ସାଏ, ଆୟୁଷ କରନ, ସତ୍ୟାନନ୍ଦ ସାଏ, ରମାକାନ୍ତ ନାଏକ, ଓମ ସାଏ ଏବଂ ମ୍ୟାନେଜର ବାଟୁ ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଛନ୍ତି।

ଚଳିତ ବର୍ଷ ପାଞ୍ଚ ଦିନ ଧରି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ଏହି ପାଞ୍ଚ ଦିନ ମଧ୍ୟରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ପୂଜା କମିଟିର ସାଧାରଣ ସମ୍ପାଦକ ପଞ୍ଚାନନ ମିଶ୍ର ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande