ଯାମୁଟରେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟ୍ ଜବତ ୨ ଯୁବକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ
ବଲାଙ୍ଗିର 6 ଅକ୍ଟୋବର (ହି.ସ.)ଯାମୁଟ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଘଟଣାସ୍ଥଳରୁ ୫ରୁ ୬ ପୃଷ୍ଠାର ଏକ ଇଂରାଜୀ ସୁସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ଯୁବକଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ବ୍ଲାକମେଲ
ଯାମୁଟରେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟ୍ ଜବତ ୨ ଯୁବକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ


ବଲାଙ୍ଗିର 6 ଅକ୍ଟୋବର (ହି.ସ.)ଯାମୁଟ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଘଟଣାସ୍ଥଳରୁ ୫ରୁ ୬ ପୃଷ୍ଠାର ଏକ ଇଂରାଜୀ ସୁସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ଯୁବକଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ବ୍ଲାକମେଲ୍ ଅଭିଯୋଗ ଥିବା ସୂଚନା ମିଳିଛି।

ମୃତ ଛାତ୍ରୀ କୋଲ୍ଲାମୁଣ୍ଡାସ୍ଥିତ ବିଦ୍ୟାଶ୍ରୀ ଏକାଡେମୀରେ ହଷ୍ଟେଲରେ ରହି ଦଶମ ଶ୍ରେଣୀ ପାଇଁ ପଢ଼ୁଥିଲେ। ଦୁର୍ଗାପୂଜା ଛୁଟିରେ ସେ ଘରକୁ ଆସିଥିଲେ। ସକାଳେ ତାଙ୍କ କୋଠରୀର କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ଦେଖିଥିଲେ। ସେତେବେଳେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ସୁସାଇଡ୍ ନୋଟ୍ରେ ଦୁଇ ଯୁବକଙ୍କ ବିରୋଧରେ ଅଭିଯୋଗ ଥିବା କୁହାଯାଉଛି। ମୋବାଇଲ୍ ଫୋନ୍ ମାଧ୍ୟମରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ନୋଟ୍ରେ ଉଲ୍ଲେଖ ଥିବା ସୂଚନା ମିଳିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ।

ଛାତ୍ରୀଙ୍କ ପରିବାର ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁସାଇଡ୍ ନୋଟ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଉଦ୍ୟମ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande