ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ
ବଲାଙ୍ଗିର, ୨୬ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାରେ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁଇଁନ୍ତଲା ପଞ୍ଚାୟତ ସମିତି ବୈଠକ ଗୃହରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲା
ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାରେ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, ୨୬ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାରେ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁଇଁନ୍ତଲା ପଞ୍ଚାୟତ ସମିତି ବୈଠକ ଗୃହରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଦେଶର ସମଗ୍ର ପ୍ରଗତି ଏବଂ ସୁଶାସନ ପ୍ରତିଷ୍ଠା ପାଇଁ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ।

ଶପଥ ଗ୍ରହଣ ସମୟରେ କାର୍ଯ୍ୟାଳୟର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା କରିବା, ଲାଞ୍ଚ ଦେବାରୁ ଓ ନେବାରୁ ସମ୍ପୂର୍ଣ୍ଣ ନିବୃତ୍ତ ରହିବା, ନିଷ୍ଠାର ସହ ସ୍ୱଚ୍ଛତା ଅବଲମ୍ବନ କରି ଦାୟିତ୍ୱ ନିର୍ବାହ କରିବା ଏବଂ ସାଧାରଣ ଜନସାଧାରଣଙ୍କ ହିତ ସାଧନ ଲାଗି ନିଜକୁ ସମର୍ପିତ ରଖିବାକୁ ପ୍ରତିଜ୍ଞା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଇସଲୱାର ନିଜର ଉଦ୍ବୋଧନ ଦେଇ ଏକ ଦୁର୍ନୀତିମୁକ୍ତ କାର୍ଯ୍ୟଶୈଳୀ ଆପଣାଇବା ଏବଂ ସରକାରୀ ଦାୟିତ୍ୱଗୁଡ଼ିକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ସମ୍ପାଦନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ସମସ୍ତଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ପବିତ୍ର ବେହେରା ଏବଂ ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ରାମ ନାରାୟଣ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଡେପୁଟି କଲେକ୍ଟର ଏବଂ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ଏବଂ ଉପ-ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ପୁଲସ୍ତି ଛତ୍ରିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande