ପ୍ରଶାସନ ପକ୍ଷରୁ ଦୁର୍ନୀତି ମୁକ୍ତ ଶପଥପାଠ
ପ୍ରଶାସନ ପକ୍ଷରୁ ଦୁର୍ନୀତି ମୁକ୍ତ ଶପଥପାଠ
ପ୍ରଶାସନ ପକ୍ଷରୁ ଦୁର୍ନୀତି ମୁକ୍ତ ଶପଥପାଠ


ପ୍ରଶାସନ ପକ୍ଷରୁ ଦୁର୍ନୀତି ମୁକ୍ତ ଶପଥପାଠ


ସମ୍ବଲପୁର, ୨୬, ଅକ୍ଟୋବର (ହି.ସ) ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ଭବ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ‘ନାଗରିକଙ୍କ ପାଇଁ ସାଧୁତାର ଶପଥ’ ପାଠ କରିଥିଲେ। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସରକାରୀ ସେବାରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଦୁର୍ନୀତିମୁକ୍ତ ବ୍ୟବସ୍ଥା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଠିତ ପ୍ରତିଜ୍ଞାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ଏବଂ ଘରୋଇ କ୍ଷେତ୍ରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ। କର୍ମଚାରୀମାନେ ସତର୍କତା ଓ ସତ୍ୟନିଷ୍ଠାର ସହ ଦୁର୍ନୀତି ବିରୁଦ୍ଧରେ ଲଢ଼ିବାକୁ ଏବଂ ଆଇନର ଶାସନକୁ ଅନୁପାଳନ କରିବାକୁ ଶପଥ ନେଇଥିଲେ। ସେମାନେ ଲାଞ୍ଚ ଦେବେ ନାହିଁ କି ନେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିଜର ସମସ୍ତ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ଶପଥ ନିଆଯାଇଥିଲା। ଏଥିସହ, ନିଜ ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ସାମ୍ନାକୁ ଆସିଲେ ତାହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା।ପକ୍ଷରୁ ଦୁର୍ନୀତି ମୁକ୍ତ ଶପଥପାଠ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande