ପ୍ଲାଷ୍ଟିକ ପଦାର୍ଥ ବର୍ଜନ ପାଇଁ ସଚେତନ କରାଉଛନ୍ତି ରଶ୍ମିରଞ୍ଜନ
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ପ୍ରଦୂଷଣ ରୋକିବା ଓ ପୃଥିବୀକୁ ସୁସ୍ଥ ରଖିବା ଲକ୍ଷ୍ୟରେ ପ୍ଲାଷ୍ଟିକ ବର୍ଜନ ପାଇଁ ଜନସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢ଼ୁଥିବାରୁ ପରିବେଶ, ଜଳସମ୍ପଦ ଓ ଜୀବଜନ୍ତୁଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି। ପ୍ଲାଷ୍
ପ୍ଲାଷ୍ଟିକ ପଦାର୍ଥ ବର୍ଜନ ପାଇଁ ସଚେତନ କରାଉଛନ୍ତି ରଶ୍ମିରଞ୍ଜନ


କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ପ୍ରଦୂଷଣ ରୋକିବା ଓ ପୃଥିବୀକୁ ସୁସ୍ଥ ରଖିବା ଲକ୍ଷ୍ୟରେ ପ୍ଲାଷ୍ଟିକ ବର୍ଜନ ପାଇଁ ଜନସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢ଼ୁଥିବାରୁ ପରିବେଶ, ଜଳସମ୍ପଦ ଓ ଜୀବଜନ୍ତୁଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି। ପ୍ଲାଷ୍ଟିକ ଆବର୍ଜନା ନାଳ ଓ ଜଳାଶୟରେ ଜମା ହୋଇ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହାସହିତ ପ୍ଲାଷ୍ଟିକ ଖାଦ୍ୟ ଓ ମାଟିକୁ ମଧ୍ୟ ପ୍ରଦୂଷିତ କରୁଛି। ତେଣୁ ଏହି ସବୁ ସମସ୍ୟା ସୃଷ୍ଟି କରୁଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର କୁ ବନ୍ଦ କରି ପରିବେଶକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି କେନ୍ଦ୍ରାପଡ଼ା ସହର ମାଧପୁର ଗ୍ରାମର ଯୁବ ସମାଜସେବୀ ତଥା ପରିବେଶବିତ୍ ରଶ୍ମିରଞ୍ଜନ ବାରିକ୍। ସେ ହାତରେ ସଚେତନତା ସମ୍ବଳିତ ପ୍ଲାକାର୍ଡ଼ ଓ ପୋଷାକରେ ପ୍ଲାଷ୍ଟିକ, ପଲିଥିନ ଆଦି ଧାରଣ କରି କେନ୍ଦ୍ରାପଡ଼ା ସହର ବିଭିନ୍ନ ସ୍ଥାନରେ ବୁଲିବୁଲି ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ୯୦ ଥର ରକ୍ତଦାନ, ଗ୍ରୀଷ୍ମ ଋତୁରେ ପକ୍ଷୀମାନଙ୍କ ପାଇଁ ଜଳଛତ୍ର ନିର୍ମାଣ, କେନ୍ଦ୍ରାପଡ଼ା - ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଶୁମାନଙ୍କ ମୃତଦେହ ଗୁଡ଼ିକୁ ସତ୍କାର କରିବା ଭଳି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ କରି ସାଧାରଣରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଶ୍ମିରଞ୍ଜନଙ୍କ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande