
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଏହାର ୧୦୦ ବର୍ଷ ପୁର୍ତି ଉପଲକ୍ଷେ ପ୍ରଥମେ ପୂଜା ପାଇଥିବା ପୁରୁଣା ବସ୍ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ଏହି ଶତ ବାର୍ଷିକୀ ପାଳନ ଉତ୍ସବକୁ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏହି ଉପଲକ୍ଷେ କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ପତ୍ରିକା ‘ଗଣପର୍ବ ଗଜଲକ୍ଷ୍ମୀ’ ଆଜି ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି। ପୁରୁଣା ବସଷ୍ଟାଣ୍ଡ ପୂଜା ମଣ୍ଡପ ସାମ୍ନାରେ ଏକ ସ୍ୱତନ୍ତ୍ର ମଂଚରେ ବିଧାୟକ ଗଣେଶ୍ୱର ବେହେରା, ପୌରାଧ୍ୟକ୍ଷା ସରିତା ସାହୁ, ପୁରୁଣା ବସଷ୍ଟାଣ୍ଡ ପୂଜା କମିଟିର ସଭାପତି ଯୁଗଳ କିଶୋର ବେହେରା, ନୂଆ ବସଷ୍ଟାଣ୍ଡ ପୂଜା କମିଟିର ସଭାପତି ରାମଚନ୍ଦ୍ର ରାଉତରାୟ, କାଉନସିଲର ପ୍ରଦିପ୍ତ ଜେନା, ଉମେଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପତ୍ରିକାକୁ ଲୋକାର୍ପଣ କରିବା ସହ ଗଜଲକ୍ଷ୍ମୀ ପୂଜାର ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି