
କନ୍ଧମାଳ, ୨୬ ଅକ୍ଟୋବର (ହି.ସ.)- ଫୁଲବାଣୀରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀର ମାସାନ୍ତ ସାହିତ୍ୟ ସୃଜନ ଆସର ଅନୁଷ୍ଠିତ ହୋଇଯାଇଛି | ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁମାର ଉତ୍ସବ : ଅତୀତ ଓ ବର୍ତ୍ତମାନ ଶୀର୍ଷକକୁ ନେଇ ସହସମ୍ପାଦକ ଡଃ. ପୁର୍ନେନ୍ଦୁ ତ୍ରିପାଠୀ, ଉପଦେଷ୍ଟା ନବୀନ କିଶୋର ପଣ୍ଡା ଓ ସାହିତ୍ୟିକ ନବ କିଶୋର ରଥ ପ୍ରମୁଖ ଆଲୋଚନା କରିଥିଲେ |
ପ୍ରାରମ୍ଭରେ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲା ବେଳେ କଣ୍ଠଶିଳ୍ପୀ ଅସିତ ନନ୍ଦ ଓ ଧନପତି ଦିଗାଲ ପ୍ରାରମ୍ଭିକ ଭଜନ ଗାନ କରିଥିଲେ | ଆସନ୍ତା ମାସାନ୍ତ ଆସର ପାଇଁ ସାହିତ୍ୟିକମାନେ ନିଜ ନିଜର ପ୍ରଥମ ସୃଷ୍ଟି ସମ୍ପର୍କରେ ଅନୁଭୂତି ବାଣ୍ଟିବେ ବୋଲି ଆଲୋଚନା କରାଗଲା | ପରେ ପରେ କବି ଅସିତ ନନ୍ଦଙ୍କ ସଂଯୋଜନାରେ କବି ପୂର୍ଣ୍ଣନ୍ଦୁ ତ୍ରିପାଠୀ, ନବ କିଶୋର ରଥ, ନବୀନ କିଶୋର ପଣ୍ଡା, ନାଭିଦତ୍ୟ ଦିଗାଲ, କୈଳାସ ଚନ୍ଦ୍ର ଧଳ, ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ପ୍ରସନ୍ନ ପଣ୍ଡା, ତାପସ କୁମାର ହୋତା, ଵି. କେ. କମଲ, ରବୀନ୍ଦ୍ରନାଥ ମିଶ୍ର, ଧନପତି ଦିଗାଲ ପ୍ରମୁଖ କବିତା ପାଠ କରିଥିଲେ | ଶେଷରେ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ