ତିହିଡିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ଏହି ଜିଲାର ତିହିଡି ବ୍ଳକର ରାଜନଗର ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜ଼ିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଏହି ଶୁଣାଣିରେ ମୋଟ ୨୧୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୮୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେ
TIHIDI COLLECTOR JOINT GRIEVANCE


ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ଏହି ଜିଲାର ତିହିଡି ବ୍ଳକର ରାଜନଗର ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜ଼ିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଏହି ଶୁଣାଣିରେ ମୋଟ ୨୧୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୮୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୨୮ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରସ ଅଧିନସ୍ତ ୮ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୧୭ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜ଼ିଲ୍ଲା ରେଡ଼କ୍ରସ ମାଧ୍ୟମରେ ୮ ଜଣ ଅଭିଯୋଗକାରୀଙ୍କୁ ୬୦୦୦୦ ଟଙ୍କା ମଂଜୁର କରାଯାଇଛି । ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଜ଼ିଲ୍ଲାପାଳ ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଡିଆରଡିଏ ଶୁଭେନ୍ଦ୍ର ସାମଲ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ତିହିଡି ବ୍ଲକ ଅଧ୍ୟକ୍ଷା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande