ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ
ବଲାଙ୍ଗିର, ୨୬ ଅକ୍ଟୋବର (ହି.ସ.)- ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନର ବ୍ୟାପକ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ


ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ


ବଲାଙ୍ଗିର, ୨୬ ଅକ୍ଟୋବର (ହି.ସ.)- ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନର ବ୍ୟାପକ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାର ସଚେତନତା ଗାଡ଼ିର ଶୁଭାରମ୍ଭ କରିଛନ୍ତି ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ନିର୍ଭୁଲ, ସଠିକ୍ ଓ ଅଦ୍ୟତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାରେ ଘରକୁ ଘର ଯାଇ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବା ସହ ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ କରାଯିବ ଏବଂ ଆବଶ୍ୟକ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବ। ଏହାଦ୍ୱାରା ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥିତ ହୋଇପାରିବ। ଏହି ସର୍ବେକ୍ଷଣ କାର୍ଯ୍ୟ ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ସଫଳ ରୂପାୟନ ପାଇଁ ପୂର୍ବରୁ ବଲାଙ୍ଗୀର, ପାଟଣାଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡରେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ବ୍ଲକସ୍ତରରେ ବୁଥ୍ ସ୍ତରୀୟ ଟିମ୍ ଗୁଡ଼ିକୁ ତାଲିମ ପ୍ରଦାନ କରି ସର୍ବେକ୍ଷଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମୀମାନେ ଉପସ୍ଥିତ ଥିଲେ। ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବା ଦିଗରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜିଲ୍ଲା ପ୍ରସାଶନ ପକ୍ଷରୁ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande