
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଭୁବନେଶ୍ୱର ମହାନିଗର ନିଗମ (ବିଏମସି)। କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ କୌଣସି ଅଧିକାରୀ ବା କର୍ମଚାରୀ କର୍ତବ୍ୟରେ ଅବହେଳା କଲେ ନିଲମ୍ବନ କରାଯିବ ଏବଂ ନିର୍ଦ୍ଦେଶ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜଳବନ୍ଦୀ ମୁକାବିଲା ପାଇଁ ପମ୍ପ ଓ ଅପରେଟର ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାରୁ ଗଛ ହଟାଇବାକୁ ୯-୧୦ଟି ଟିମ୍ ପ୍ରସ୍ତୁତ ଅଛି। ଅସ୍ଥାୟୀ ତୋରଣ, ବାଉଁଶ ଓ ବିପଦପୂର୍ଣ୍ଣ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟ୍ରିଟ୍ ଲାଇଟ୍ ମରାମତି, ବିଦ୍ୟୁତ୍ ସେବା ଓ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକ ପଡ଼ିଲେ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା