
ଜୟପୁର, ୨୬ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖିବାକୁ ମିଳିଛି l ବିଲୁଆ ଆକ୍ରମଣରେ ଚାରି ଜଣ ଆହତ ହୋଇଛନ୍ତି l ଆହତଙ୍କ ମଧ୍ୟରେ ୨ ନାବାଳକ ଅଛନ୍ତି l ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବଣ ବିଲୁଆ ବୈପାରୀଗୁଡା ବ୍ଲକ ର ଦୋରାଗୁଡା ଓ ଧନପୁରୀଆଗୁଡା ଗାଁ ଭିତରକୁ ପଶି ଆସିଥିଲା l ଯାହାକୁ ପାଇଲା ତାହାକୁ ଆକ୍ରମଣ କରିଛି l ଦୋରାଗୁଡାର ୩ ଜଣ ଓ ଧନପୁରୀଆଗୁଡା ଗାଁ ର ଜଣକୁ ଆକ୍ରମଣ କରିଛି l ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଦରାଗୁଡା ଗାଁ ର ବାର ବର୍ଷୀୟା ନମିତା ଗଲରୀ, ଦଶ ବର୍ଷୀୟା ରାଜକୁମାର ନାୟକ, ବିଭୀଷଣ ଗଲରୀ (୩୭), ଧନପୁରୀଆଗୁଡା ଗାଁ ର ବୃନ୍ଦାବନ କାଉଡିଆ (୫୦) l ବୈପାରୀଗୁଡା ମେଡ଼ିକାଲରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି