ହବିଷ୍ୟାଳୀ ସାଂସ୍କୃତିକ ମଞ୍ଚ ର ଶୁଭାରମ୍ଭ।
Puri , odisha, 26 ଅକ୍ଟୋବର (ହି.ସ.) ହବିଷ୍ୟାଳୀ ସାଂସ୍କୃତିକ ମଞ୍ଚ ର ଶୁଭାରମ୍ଭ। ପୁରୀ ୨୬/୧୦ ଆଜି ଠାରୁ ଆତମ୍ଭ ହୋଇଛି ଚଳିତ ବର୍ଷ ର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ।ଗତକାଲି ଠାରୁ ୩ ଟି ଯାକ ହବିଷ୍ୟାଳୀ କେନ୍ଦ୍ର ରେ ରହିଥିବା ହବିଷ୍ୟାଳୀ ମାଆ ମାନେ ଆଜି ଭୋଅରୁ ସ୍ନାନ ଶୌ
ହବିଷ୍ୟାଳୀ ସାଂସ୍କୃତିକ ମଞ୍ଚ ର ଶୁଭାରମ୍ଭ।


Puri , odisha, 26 ଅକ୍ଟୋବର (ହି.ସ.)

ହବିଷ୍ୟାଳୀ ସାଂସ୍କୃତିକ ମଞ୍ଚ ର ଶୁଭାରମ୍ଭ।

ପୁରୀ ୨୬/୧୦ ଆଜି ଠାରୁ ଆତମ୍ଭ ହୋଇଛି ଚଳିତ ବର୍ଷ ର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ।ଗତକାଲି ଠାରୁ ୩ ଟି ଯାକ ହବିଷ୍ୟାଳୀ କେନ୍ଦ୍ର ରେ ରହିଥିବା ହବିଷ୍ୟାଳୀ ମାଆ ମାନେ ଆଜି ଭୋଅରୁ ସ୍ନାନ ଶୌଚାଦି ସାରି, ବୃନ୍ଦାବତୀ ପୂଜନ କରି, ସଂକଳ୍ପ କରିଥିଲେ।ପରେ ମାଆ ମାନ ଙ୍କୁ ସ୍ବତନ୍ତ୍ର ଗାଡ଼ିରେ, ସ୍ବେଚ୍ଛାସେବୀ ମାନଙ୍କ ସହାୟତା ଓ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ ରେ ଶ୍ରୀଜୀଉ ମାନଙ୍କ ଦର୍ଶନ କରାଯାଇଥିଲା।ମାଆ ମାନେ ଦର୍ଶନ ସାରି ନିଜ ନିଜ ହବିଷ୍ୟାଳୀ କେନ୍ଦ୍ର ରେ ଭଜନ କୀର୍ତ୍ତନ ରେ ମନୋନିବେଶ କରିଥିଲେ।ସଂଧ୍ୟାରେ ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ତିନୋଟି ଯାକ କେନ୍ଦ୍ର ରେ ବରିଷ୍ଠ ମାଆ ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ସାଂସ୍କୃତିକ ମଞ୍ଚ ର ଶୁଭାରମ୍ଭ କରାଯାଇଥିଲା। ମା ମାନେ ଆମ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ରକ୍ଷକ।ଶହ ଶହ ବର୍ଷ ଧରି ସେମାନେ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଭାବଧାରାକୁ ଜାଗ୍ରତ କରି ରଖିଛନ୍ତି ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା କହିବା ସହ ସେମାନଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ ବୋଲି କାମନା କରିଥିଲେ।ମାଆ ମାନଙ୍କ ସମସ୍ତ ସୁବିଧା ପାଇଁ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ବ୍ୟବସ୍ଥା କରିଛି।ମାଆ ମାନଙ୍କ ସେବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ନିୟୋଜିତ ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ରେ ପୁରୀ ମହ ନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,

ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ହେମନ୍ତ ବେହେରା,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟ କେନ୍ଦ୍ର ଗୁଡିକ ରେ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତି ରେ ବୟସ୍କ ମାଆ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande