ଜୁଆ ଖେଳ ଚାଲୁଥିବା ବେଳେ ଚଢ଼ାଉ
Bhubaneswar, 26 ଅକ୍ଟୋବର (ହି.ସ.) ଜୟପୁର ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି l 4ଟି ସ୍ଥାନରେ ଚଢ଼ାଉ କରି 19 ଜୁଆଡ଼ି କୁ ଗିରଫ କରିଛି l ଜୁଆ ଖେଳ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ସମୟରେ ଜୟପୁର ସଦର ଥାନା ପକ୍ଷରୁ ୦୪ଟି ମାମଲା ରୁଜୁ କରାଯାଇଛି। ଏହି ମାମଲାଗୁଡ଼ିକ
ଜୁଆ ଖେଳ ଚାଲୁଥିବା ବେଳେ ଚଢ଼ାଉ


Bhubaneswar, 26 ଅକ୍ଟୋବର (ହି.ସ.)

ଜୟପୁର ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି l 4ଟି ସ୍ଥାନରେ ଚଢ଼ାଉ କରି 19 ଜୁଆଡ଼ି କୁ ଗିରଫ କରିଛି l ଜୁଆ ଖେଳ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ସମୟରେ ଜୟପୁର ସଦର ଥାନା ପକ୍ଷରୁ ୦୪ଟି ମାମଲା ରୁଜୁ କରାଯାଇଛି। ଏହି ମାମଲାଗୁଡ଼ିକ ହେଉଛି କେସ୍ ନମ୍ବର ୩୫୦, ୩୫୨, ୩୫୩ ଓ ୩୫୪/୨୦୨୬, ଯାହା ଓପିଜି ଆଇନ ର ଧାରା ୦୩ ଅନୁଯାୟୀ ରୁଜୁ ହୋଇଛି।ଜୟପୁର ସଦର ଥାନା ଅନ୍ତର୍ଗତ ଫୁଲବାଡ଼, ମାଳିଦକେଇପୁଟ ଦାମାପୁଟ ଓ ଘିଉରୀ ଗ୍ରାମରେ ଜୁଆ ଖେଳ ଚାଲୁଥିବା ସମୟରେ ଚଢ଼ାଉ କରାଯାଇଛି l ଚଢ଼ାଉ କରି ୧୯ ଜଣଙ୍କୁ ଜୁଆଡ୍ଡୀ କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ନଗଦ ୧୯,୦୬୦ ଟଙ୍କା ସହ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ବିଷୟ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande