୬୪ଟି ମହିଳା ପରିଚାଳିତ କମ୍ପାନୀର ୩୨୦ ଜଣ ନିର୍ଦ୍ଦେଶକଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ରାଜ୍ୟରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଉତ୍ପାଦକ କମ୍ପାନୀଗୁଡ଼ିକୁ ଅଧିକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉ
thgjfyuk


ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ରାଜ୍ୟରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଉତ୍ପାଦକ କମ୍ପାନୀଗୁଡ଼ିକୁ ଅଧିକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରର ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନଠାରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ମହିଳା ସଶକ୍ତୀକରଣ ଓ ଆର୍ôଥକ ସ୍ୱାବଲମ୍ବନ ଉପରେ ଗୁରୁତ୍ୱାରୋପ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ ମହିଳା ଆଜି ସଫଳତାର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛନ୍ତି। ନିରନ୍ତର ପ୍ରୟାସ, ସକାରତ୍ମକ ପ୍ରଚେଷ୍ଠା, ଅଦମ୍ୟ ସାହସ ଓ ଉଦ୍ୟୋଗୀ ମନୋବୃତି ଆମ୍ଭ ମହିଳାଙ୍କୁ ଆଜି ସଫଳ କରାଇପାରିଛି। ମହିଳାଙ୍କୁ ପ୍ରେରିତ, ଉତ୍ସାହିତ ଓ ଦିଗଦର୍ଶନ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ବଜେଟରୁ ଓ ବ୍ୟାଙ୍କମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଆମ ମହିଳାଙ୍କୁ ସୁଧରହିତ ଋଣ ପୁଞ୍ଜି ଯୋଗାଇ ଦେଉଅଛନ୍ତି ଏବଂ ତତସହିତ ମହିଳାମାନଙ୍କୁ ଉତ୍ପାଦନ ଓ ବ୍ୟାପାର ସମ୍ବନ୍ଧୀୟ ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ମାଧ୍ୟମରେ ବ୍ୟାପକ ସହଯୋଗ କରୁଅଛନ୍ତି ।

ସୂଚନାଯୋଗ୍ୟଯେ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ (ଏକ୍ସଆଇଏମବି) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସୋସିଆଲ୍ ୱାର୍କ ଆଣ୍ଡ୍ ସୋସିଆଲ୍ ସାଇନ୍େସସ୍ (ନିସ୍ୱାସ)ର ମିଳିତ ସହଯୋଗରେ ମହିଳା ଉତ୍ପାଦକ କମ୍ପାନୀର ସଦସ୍ୟାଙ୍କୁ ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପ୍ରଶିକ୍ଷଣ ଅକ୍ଟୋବର ୨୬ରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ମୋଟ ୧୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିରେ କୃଷି ଉତ୍ପାଦକ କ୍ଲଷ୍ଟର ଅଧୀନରେ ଥିବା ୬୩ଟି ମହିଳା ଉତ୍ପାଦକ କମ୍ପାନୀ ଏବଂ ଗୋଟିଏ ମିଲେଟ୍ ଉତ୍ପାଦକ କମ୍ପାନୀର ମୋଟ ୩୨୦ ଜଣ ପରିଚାଳନା ପରିଷଦ ସଦସ୍ୟା ପ୍ରଶିକ୍ଷଣ ଗ୍ରହଣ କରିବେ।

ଆଜି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ୫ ଗୋଟି ମହିଳା ଉତ୍ପାଦକ କମ୍ପାନୀର ୨୫ ଜଣ ପରିଚାଳନା ପରିଷଦ ସଦସ୍ୟା ଯୋଗଦାନ କରିଅଛନ୍ତି।

ପ୍ରଶିକ୍ଷଣ ସମୟରେ ମହିଳା ସଦସ୍ୟାମାନଙ୍କୁ କୃଷି ଉତ୍ପାଦକ ସଂଗଠନର ସୁପରିଚାଳନା, ନେତୃତ୍ୱ ବିକାଶ, ଆର୍ôଥକ ସହାୟତା, ବ୍ୟବସାୟିକ ଯୋଜନା ପ୍ରସ୍ତୁତି ଓ ବଜାର ସଂଯୋଗ ଆଦି ବିଷୟରେ ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ। ଏହା ସହିତ ଗୋଷ୍ଠୀ ଆଲୋଚନା, ବ୍ୟବହାରିକ ଅଭ୍ୟାସ ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ସେମାନଙ୍କ ଉଦ୍ୟୋଗ ପରିଚାଳନା ଦକ୍ଷତା ବୃଦ୍ଧି କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande