ସତର୍କତା ସଚେତନତା ସପ୍ତାହ ଅବସରରେ ପୂର୍ବ ତଟ ରେଳପଥ କର୍ମଚାରୀଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ରେଳବାଇ କାର୍ଯ୍ୟକଳାପରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇ ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୬ ପାଳନ କରାଯାଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସୋ
hujky


ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ରେଳବାଇ କାର୍ଯ୍ୟକଳାପରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇ ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୬ ପାଳନ କରାଯାଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସୋମବାର ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ।

ଚଳିତ ବର୍ଷ ସତର୍କତା ସଚେତନତା ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧, ପର୍ଯ୍ୟନ୍ତ ସମୃଦ୍ଧି ପାଇଁ ସତ୍ୟନିଷ୍ଠା ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି। ଶପଥ ଗ୍ରହଣ ସମାରୋହରେ ରେଳ ଅଧିକାରୀ ଓ କର୍ମଚାରୀମାନେ ନିଜର ବୃତିଗତ କାର୍ଯ୍ୟକଳାପରେ ସର୍ବୋଚ୍ଚ ସ୍ତରର ସତ୍ୟନିଷ୍ଠା ଓ ନୈତିକତା ବଜାୟ ରଖିବା, ସଚ୍ଚୋଟତା ଓ ନିରପେକ୍ଷତାର ସହ ନିଜ କର୍ତବ୍ୟ ସମ୍ପାଦନ କରିବା ଏବଂ ବୃହତର ଜନସ୍ୱାର୍ଥରେ କାର୍ଯ୍ୟ କରିବା ପାଇଁ ପୁନଃ ସଂକଳ୍ପ ନେଇଥିଲେ। ଏହି ଶପଥରେ ପ୍ରଶାସନର ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା, ଦୁର୍ନୀତି ନିବାରଣ ଏବଂ ଉତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସତର୍କତା ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ହେଉଛି ଦୁର୍ନୀତି ନିବାରଣ କ୍ଷେତ୍ରରେ ନୈତିକ ଆଚରଣ ଓ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱ ସମ୍ପର୍କରେ ରେଳ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।

ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବ ତଟ ରେଳପଥର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ଅରୁଣ କୁମାର ଚତୁର୍ବେଦୀଙ୍କ ସମେତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟ ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande