ଜଣେ ଶିକ୍ଷକଙ୍କ ହାତରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ
ମୁଖୀଗୁଡା,୨୭ ଅକ୍ଟୋବର(ହି.ସ.) - ଶତାଧୂକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଏହା ହିଁ ଦର୍ଶାଉଛି ଜୟପାଟଣା ବ୍ଲକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର।ମିଳିଥିବା ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧୁକାରୀଙ୍କ ଅଧୀନରେ ଥିବା ଲାଖବାହାଲି ସରକାରୀ ପ୍ର
ଜଣେ ଶିକ୍ଷକଙ୍କ ହାତରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ


ମୁଖୀଗୁଡା,୨୭ ଅକ୍ଟୋବର(ହି.ସ.) - ଶତାଧୂକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଏହା ହିଁ ଦର୍ଶାଉଛି ଜୟପାଟଣା ବ୍ଲକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର।ମିଳିଥିବା ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧୁକାରୀଙ୍କ ଅଧୀନରେ ଥିବା ଲାଖବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପୂର୍ବରୁ ୨ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତି ଥିଲେ।ମାତ୍ର ପୂର୍ବରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନ ପଠାଯାଇଥିବା ବେଳେ,ନିକଟରେ ହଠାତ୍ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ କୌଣସି କାରଣରୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିଦିଆ ଯାଇଛି। ଏହି ବଦଳି ସମ୍ପର୍କରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି କି ଗ୍ରାମବାସୀଙ୍କୁ କୌଣସି ସୂଚନା ଦିଆଯାଇ ନଥୁବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି,୧୦୫ ଜଣ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରୁ ଜଣେ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପୂର୍ବରୁ କର୍ତୃପକ୍ଷ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିନଥିଲେ କି? ଅନ୍ୟପକ୍ଷରେ,ଏହି ସମସ୍ୟା ନେଇ ଗୋଷ୍ଠୀ ଶିକ୍ଷା ଅଧୁକାରୀ ଦୁଇ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୁକାରୀ ଙ୍କୁ ତଦାରଖ ପାଇଁ ପଠାଇଥିଲେ ମଧ୍ୟ ସେମାନଙ୍କ ଗସ୍ତର ପ୍ରକୃତ କାରଣ ଗ୍ରାମବାସୀ କିମ୍ବା ଏସଏମସି ସଭାପତିଙ୍କୁ ଅନ୍ଧାରରେ ରଖାଯାଇଛି।ଏ ନେଇ ବିଇଓ ଙ୍କ ସହ ଯୋଗା ଯୋଗ କରିବାରୁ, ଉକ୍ତ ଶିକ୍ଷୟିତ୍ରୀ ଜଣକ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।ତେବେ ଏହା ପଛରେ କେଉଁ ରହସ୍ୟ ରହିଛି ଏବଂ ଏତେ ତତ୍ପରତା ସହ କାହିଁକି ବଦଳି କରାଗଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଶିକ୍ଷକଙ୍କ ଦ୍ୱାରା ୧୦୫ ଜଣ ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉ ନଥୁବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବ୍ୟାଘାତପ୍ରାପ୍ତ ହେଉଛି। ଏହାର ପ୍ରତିକାର ପାଇଁ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧୂକାରୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande