ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ କୋରାପୁଟ ଜିଲ୍ଲା ଗସ୍ତ: କୋଟିଆ ବିକାଶ ଓ ବାତ୍ୟା ମୁକାବିଲା ସମୀକ୍ଷା
ଜୟପୁର , 27 ଅକ୍ଟୋବର (ହି.ସ.)ଓଡିଶା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାପାଳଙ୍କ ସହ କୋଟିଆ ଅଞ୍ଚଳର ବିକାଶ ଓ ସାମଗ୍ରିକ ପରିସ
ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ କୋରାପୁଟ ଜିଲ୍ଲା ଗସ୍ତ: କୋଟିଆ ବିକାଶ ଓ ବାତ୍ୟା ମୁକାବିଲା ସମୀକ୍ଷା


ଜୟପୁର , 27 ଅକ୍ଟୋବର (ହି.ସ.)ଓଡିଶା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାପାଳଙ୍କ ସହ କୋଟିଆ ଅଞ୍ଚଳର ବିକାଶ ଓ ସାମଗ୍ରିକ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଏହାପରେ, ଜିଲ୍ଲାରେ ବାତ୍ୟାଜନିତ ସମ୍ଭାବ୍ୟ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ଥାପିତ ଜିଲ୍ଲା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ପରିଦର୍ଶନ କରିଥିଲେ। ସେଠାରେ ସେ ବାତ୍ୟା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରସ୍ତୁତି, ଜରୁରୀକାଳୀନ ବ୍ୟବସ୍ଥା ଏବଂ ସୁରକ୍ଷା ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande