ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ସରକାରଙ୍କ ଉପରେ ବର୍ଷିଲେ ସୁଜାତା
ଭୁବନେଶ୍ବର , 27 ଅକ୍ଟୋବର (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଠାରେ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶାଳ ଜନ ସମ୍ପର୍କ ପଦଯାତ୍ରା ଶିବ ମନ୍ଦିର ନିକଟରୁ ବାହାରି ବସ ଷ୍ଟାଣ୍ଡ ହୋଇ ସହର ପରିକ୍ରମା କରି ଆରଏମସି ଠାରେ ଶେଷ ହୋଇଥିଲା । ସେଠାରେ
ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ସରକାରଙ୍କ ଉପରେ ବର୍ଷିଲେ ସୁଜାତା


ଭୁବନେଶ୍ବର , 27 ଅକ୍ଟୋବର (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଠାରେ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶାଳ ଜନ ସମ୍ପର୍କ ପଦଯାତ୍ରା ଶିବ ମନ୍ଦିର ନିକଟରୁ ବାହାରି ବସ ଷ୍ଟାଣ୍ଡ ହୋଇ ସହର ପରିକ୍ରମା କରି ଆରଏମସି ଠାରେ ଶେଷ ହୋଇଥିଲା । ସେଠାରେ ଏକ ବିଶାଳ ଜନ ସଭାର ଆୟୋଜନ କରାଯାଇଥିଲା ।

ଡୁଙ୍ଗୁରିପାଲି ବ୍ଲକ ସଭାପତି ଶ୍ରୀ ହିଂମାଶୁ ଶେଖର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି ଯେ, ଏମଏମଡିଆର ଆଇନ ଯୋଗେ ଓଡିଶାର ଖଣି ଅଧିକାରକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦିଆଗଲା । କୋଟିଆ ପ୍ରସଙ୍ଗରେ ଚୁପ ରହି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କୋଟିଆ ସମର୍ପଣ କରି ଦେଇଛନ୍ତି । ମହାନଦୀ ଜଳ ମଧ୍ୟ ଛତିଶଗଡକୁ ଦେବାକୁ ବିଜେପି ସରକାର ଚକ୍ରାନ୍ତ ଚଳାଇଛନ୍ତି । ବିଜେପି ସରକାରଙ୍କ ଓଡିଆ ଅସ୍ମିତାକୁ ଓଡିଶାବାସୀ ଜାଣି ସାରିଲେଣି । ତାହାକୁ ହୃଦୟଙ୍ଗମ କରି ସାରିଲେଣି । ଓଡିଶାର ଜଳ, ଜଙ୍ଗଲ, ମାଟି ସବୁ ଲୁଣ୍ଠିତ ହେଉଛି । ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇଲେ ନାହିଁ । ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀ ସଶକ୍ତିକରଣ ହଜି ଯାଇଛି । ଠିକଣା ସମୟରେ ଏହାର ଜବାବ ରାଜ୍ୟ ବାସୀ ଦେବେ ।

କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଧାୟକ ସୁଦର୍ଶନ ହରିପାଲ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନି ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ଦୀପାଳି ଦାସ ସମେତ ପଶ୍ଚିମ ଓଡ଼ିଶାର ଅନେକ ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande