
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.) ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୬ ୱିକେଟ୍ରେ ବିଜୟ ହାସଲ କରି ପାଞ୍ଚଟିକିଆ ସିରିଜ୍ରେ ୩-୦ରେ ଅଗ୍ରଣୀ ହୋଇଥିବା ଭାରତୀୟ କ୍ରିକେଟ୍ ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଦଳର ଦକ୍ଷତା, ଦୃଢ଼ ସଂକଳ୍ପ ଓ ଉତ୍କୃଷ୍ଟ କ୍ରୀଡ଼ା ମନୋଭାବ ଏହି ବିଜୟରେ ପ୍ରତିଫଳିତ ହୋଇଛି।
ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ଭାରତୀୟ ଦଳ ଏହି ସଫଳତାର ଧାରା ବଜାୟ ରଖିବା ସହ ଆହୁରି ଅନେକ ସ୍ମରଣୀୟ ବିଜୟ ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ