ବରିଷ୍ଠ ନୋଟାରି ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା
ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ନୋଟାରି ତଥା ବରିଷ୍ଠ ଆଇନଜିବୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତ ମିଶ୍ର ଜଣେ ମଳାପି ଓ ଦରଦି ମଣିଷ ଭାବରେ ଜଣାଶୁଣା ଥିଲେ। ଦୀର୍ଘ ୫୦ ବର୍ଷ ଧରି ବଲାଙ୍ଗୀର ଜିଲ୍ଲାରେ
ବରିଷ୍ଠ ନୋଟାରି ଅଶ୍ୱିନୀ ମିଶ୍ରଙ୍କ ବିୟୋଗ ରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା


ବରିଷ୍ଠ ନୋଟାରି ଅଶ୍ୱିନୀ ମିଶ୍ରଙ୍କ ବିୟୋଗ ରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା


ବରିଷ୍ଠ ନୋଟାରି ଅଶ୍ୱିନୀ ମିଶ୍ରଙ୍କ ବିୟୋଗ ରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା


ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ନୋଟାରି ତଥା ବରିଷ୍ଠ ଆଇନଜିବୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତ ମିଶ୍ର ଜଣେ ମଳାପି ଓ ଦରଦି ମଣିଷ ଭାବରେ ଜଣାଶୁଣା ଥିଲେ। ଦୀର୍ଘ ୫୦ ବର୍ଷ ଧରି ବଲାଙ୍ଗୀର ଜିଲ୍ଲାରେ ନୋଟାରି ଭାବରେ କାର୍ଯ୍ୟକରି ଲୋକପ୍ରିୟତା, ଦକ୍ଷତା, ନିଷ୍ଠା ଓ ଜ୍ଞାନର ପରିଚୟ ସୃଷ୍ଟି କରିପାରିଥିଲେ। ବୃତିଗତ ଜୀବନରେ ଆମାୟିକ ବ୍ୟବହାର ଓକିଲମାନଙ୍କୁ ଉତମ ବ୍ୟବହାର ରଖି ସେ ସୁସଂଗଠିତ କରିପାରିଥିଲେ। ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ଜିଲ୍ଲା ତହସିଲ ପରିସରରେ କାର୍ଯ୍ୟରତ ଓକିଲମାନଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓକିଲ ସଂଘର ସମସ୍ତ କର୍ମକର୍ତା ଯୋଗଦାନ କରି ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ସଂପାଦକ ଅସୀତ ଷଡ଼ଙ୍ଗି, ସଭ୍ୟ ରୁଦ୍ର ଥନାପତି, ଦୟାନିଧି ଶତପଥି, ସଂଜିବ ହୋତା, ଦେବେନ୍ଦ୍ର ସାହୁ, କୃଷ୍ଣ ଚନ୍ଦନ, ପ୍ରଦୀପ ବୁଡେକ, ପ୍ରଭାସ ମିଶ୍ର, ଅନଙ୍ଗ ମିଶ୍ର, ସୁରେଶ ସାହୁ, ଅମ୍ବୁଜ ମହାନ୍ତି, ପଦ୍ମନାଭ ପଟେଲ, ଅଶୋକ ରାଉତ ପ୍ରମୁଖ ଆଇନଜିବୀ ଉପସ୍ଥିତ ରହି ମିଶ୍ରଙ୍କ ବିୟୋଗରେ ଗଭିର ଶୋକବ୍ୟକ୍ତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande