
ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ଓଡ଼ିଶା କନେଷ୍ଟେବଲ ନିଯୁକ୍ତି ବିଜ୍ଞାପନ ୨୦୨୬ ଅନୁସାରେ କନେଷ୍ଟେବଲ ନିଯୁକ୍ତି ଏସ୍ସିବିସି ଛାତ୍ରଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଜିଲ୍ଲା ଓବିସି ମଂଚ ବଲାଙ୍ଗୀର ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଲିଖିତ ଅଭିଯୋଗ କରାଯାଇଛି। ରାଜ୍ୟରେ ମୋଟ ୪୨୧୯ ପଦ ମଧ୍ୟରୁ ଏସ୍ସିବିସିକୁ ମାତ୍ର ୮୫ ପଦ ମିଳିଛି ଯାହା ସଂରକ୍ଷଣ ନୀତିର ବିରୋଧରେ ଯାଉଛି। ୩୦ଟି ଜିଲ୍ଲାରୁ ୨୩ଟି ଜିଲ୍ଲାରେ ଏସ୍ସିବିସିକୁ ଶୂନ ବଲାଙ୍ଗୀର ଜିଲ୍ଲାରେ ୧୧୬ ପଦରୁ ଏସ୍ସିବିସିକୁ ଶୂନ। ନିୟମାନୁସାରେ ୧୩ଟି ପଦ ମିଳିବା କଥା। ଏଣୁ ବଲାଙ୍ଗୀର ଜିଲ୍ଲାର ଛାତ୍ର ଛାତ୍ରୀମାନେ ଏକ ଦାବିପତ୍ର ଓବିସି ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଦାବିରେ ବିଜ୍ଞାପନକୁ ତୁରନ୍ତ ସଂଶୋଧନ, ବଲାଙ୍ଗୀରରେ ଏସ୍ସିବିସିଙ୍କ ୧୩ଟି ପଦବି ପୁରଣ। ସମସ୍ତ ଜିଲ୍ଲାରେ ୧୧.୨୫% ଲାଗୁ। ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଦାବି ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ଏଥିରେ ଛାତ୍ରମାନଙ୍କ ମଧ୍ୟରୁ ସତ୍ୟ ସାହୁ, କୈଳାସ ଭୋଇ, ନିରଞ୍ଜନ ଡାଙ୍ଗ, ସତ୍ୟ ପଧାନ, ଚିନ୍ମୟ ବଗର୍ତି, ଅଶୋକ ସାହୁ, ଦିଲେଶ୍ୱର ପଧାନ, ଭରତ ଦନ୍ତା, ସିଦ୍ଧାର୍ଥ କରନ, ବବଲୁ ଡାଙ୍ଗ, ବିକାଶ ପଡ଼କା ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ