କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ ଠାରେ ଭାରତର ଜନଗଣନା ୨୦୨୭'' ନିମନ୍ତେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କର ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା ୨୭-୧୦-୨୦୨୬ ରୁ ୨୮-୧୦-୨୦
Admin


କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ ଠାରେ ଭାରତର ଜନଗଣନା ୨୦୨୭' ନିମନ୍ତେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କର ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା ୨୭-୧୦-୨୦୨୬ ରୁ ୨୮-୧୦-୨୦୨୬ ପର୍ଯ୍ୟନ୍ତ ଚାଲୁରହିବ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀ ନୀଳମାଧ୍ୱ ସୁନା, ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀ ସୁବୋଧଦର୍ଶୀ ଯୋଶୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନଗଣନା ସମ୍ପର୍କିତ ବୃନ୍ଦ ଉପସ୍ଥିତ ଥିଲେ।

ପ୍ରଶିକ୍ଷଣ ଶିବିରରେ ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ ସମ୍ପାଦନ, ତଥ୍ୟ ସଂଗ୍ରହ ପ୍ରକ୍ରିୟା, ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଆଗାମୀ ଜନଗଣନା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଗଣନା ମାତ୍ର ସଂଖ୍ୟା ନୁହେଁ, ଜନଗଣନାକୁ ଜନକଲ୍ୟାଣ' ଲକ୍ଷ୍ୟ ନେଇ ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

ଜିଲ୍ଲାର ଜନଗଣନା କାର୍ଯ୍ୟକୁ ସଫଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande