ଓଡ଼ଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରକୁ ଦ୍ୱିତୀୟ ବର୍ଷ ଛାତ୍ର ମାଡ ଅଭିଯୋଗ, ଆବାସରେ ଛାତ୍ର ଅଶାନ୍ତି
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.) - ଓଡ଼ଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରର ଛାତ୍ର ଆବାସରେ ଛାତ୍ର ଅଶାନ୍ତିକୁ ନେଇ ଉତେଜନା। ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ସୌମ୍ୟ ରଞ୍ଜ
Chatr


କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.) - ଓଡ଼ଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରର ଛାତ୍ର ଆବାସରେ ଛାତ୍ର ଅଶାନ୍ତିକୁ ନେଇ ଉତେଜନା। ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି।

ଓଡ଼ଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତ ପରୀକ୍ଷା ସମ୍ବନ୍ଧୀୟ ଏକ କାଗଜ ନିଜ ବ୍ୟାଚ ଗ୍ରୁପରେ ଛାଡିଥିଲେ। ଏହାକୁ ନେଇ ନିଜ ବ୍ୟାଚ୍ ର ଅନ୍ୟ ଏକ ଝିଅ କମେଂଟ ଦେଇଥିଲେ। ଏହି ଗ୍ରୁପ୍ ଚାଟ୍ ରେ କଟାକଟି କୁ ନେଇ ଉକ୍ତ ଝିଅ ର ଭାଇ ସୋମ୍ୟଙ୍କୁ ହଷ୍ଟେଲ ବାହାରକୁ ଡାକି ମାଡ ମାରି ଥିବା ଅଭିଯୋଗ ହୋଇଛି। ଏହା ଫଳରେ ସୌମ୍ୟ ମୁଣ୍ଡ ଓ ହାତରେ ଗୁରୁତର ଆହତ ହୋଇଥଲା ବେଳେ ମେଡିକାଲ୍ କଲେଜରେ ଭର୍ତି ହୋଇଛନ୍ତି। ଏନେଇ ସୌମ୍ୟ ଙ୍କ ବାପା ଓଏସଏମ୍ଇ ପ୍ରିନ୍ସିପାଲ ଓ ଥାନା ରେ ଏତଲା ଦେଇଛନ୍ତି। ସୌମ୍ୟ ଙ୍କ ଘର୍ ଲୋକେ ନ୍ୟାୟ ଦାବୀ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପ୍ରକାଶ ଥାଉକି ଗତ ଦୁଇ ତାରିଖ ରେ ଉକ୍ତ ଛାତ୍ରାବାସ ରେ ଦ୍ୱିତୀୟ ବର୍ଷ ଛାତ୍ର ଓ ତୃତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ମାଡ ମରା ଘଟଣା କୁ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ କଲେଜ କତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳପାରିନାହିଁ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande