
କେନ୍ଦ୍ରାପଡ଼ା, ୨୭ ଅକ୍ଟୋବର(ହି.ସ.) – ଅଖିଳ ଭାରତୀୟ ଗ୍ରାହକ ପଂଚାୟତ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସାଂଗଠନିକ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ତଥା ଆଇନଜିବୀ ଗଗନ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସାଂଗଠନିକ ସଂପାଦକ ରାମଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗ୍ରାହକ ପଚାୟତ କିଭଳି ସଂଗଠିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାରେ ୧ନଂ.ରେ ରହିବ ସେଥିପ୍ରତି ଧ୍ୟାନ ଦେବା ସହିତ ବ୍ଲକସ୍ତରୀୟ ନୂତନ ମେମ୍ବର ଗ୍ରହଣ କରିବା, ଗ୍ରାହକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଥିଲେ। ଏହି ବୈଠକରେ ଆଇନଜିବୀ ରମାକାନ୍ତ ସାହୁ ସଂଗଠନ ଉପରେ ଅଲୋକାପତ କରିଥିଲେ। ନୂତନ ମେମ୍ବର ଗ୍ରହଣ କରିଥିଲେ ଓ ରାଜ୍ୟ ମହିଳା ପ୍ରମୁଖ ଶ୍ରୀମତୀ ମାନିନୀ ଷଡ଼ଙ୍ଗୀ ଯୋଗଦେଇ କିଭଳି ଅଧିକରୁ ଅଧିକ ମହିଳା ଯୋଗ ଦେବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପାର୍ଥ ମହାପାତ୍ର, ପ୍ରକାଶ କବି, ଝୁନିରାଣୀ ପରିଡା, ପ୍ରମୋଦ ଚୈାଧୁରୀ, ସୁରେଶ ମଲିକ, ଗଜେନ୍ଦ୍ର ସ୍ୱାଇଁ, ସୁଧିର ସୁତାର ପ୍ରମୁଖ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି