ଏସ୍ସି/ଏସ୍ଟି ଠିକାଦାର ସଂଘର ସଭାପତି ଭାବେ ସର୍ଜନ ଓ ସଂପାଦକ ଭାବେ ଦିଗସେନ ମନୋନୀତ
ସୁବର୍ଣ୍ଣପୁର, ୨୭ ଅକ୍ଟୋବର(ହି.ସ.) – ଅଲ୍ ଓଡ଼ିଶା ଏସ୍ସି/ଏସ୍ଟି ୱେଲଫେୟାର ଠିକାଦାର ମହାସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏସସି ଓ ଏସଟି ଠିକାଦାରମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ସଂଘର ପଞ୍ଜୀକରଣ ପ୍ରସ୍ତାବ ନେଇ ସଂଘର ପ୍ରତିଷ୍ଠାତା ତଥା ସମାଜସେବୀ ସର୍ଜନ କୁମାର ବାରିକଙ୍କ ସଭାପତିତ
ଏସସି/ଏସଟି ଠିକାଦାର ସଂଘର ସଭାପତି ଭାବେ ସର୍ଜନ ଓ ସଂପାଦକ ଭାବେ ଦିଗସେନ ମନୋନୀତ


ସୁବର୍ଣ୍ଣପୁର, ୨୭ ଅକ୍ଟୋବର(ହି.ସ.) – ଅଲ୍ ଓଡ଼ିଶା ଏସ୍ସି/ଏସ୍ଟି ୱେଲଫେୟାର ଠିକାଦାର ମହାସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏସସି ଓ ଏସଟି ଠିକାଦାରମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ସଂଘର ପଞ୍ଜୀକରଣ ପ୍ରସ୍ତାବ ନେଇ ସଂଘର ପ୍ରତିଷ୍ଠାତା ତଥା ସମାଜସେବୀ ସର୍ଜନ କୁମାର ବାରିକଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାର ଠିକାଦାର ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟୀ କମିଟି ଗଠନ ହେବା ପର୍ଯ୍ୟନ୍ତ ସଂଘର ସୁପରିଚାଳନା ପାଇଁ ଏକ ଅସ୍ଥାୟୀ କମିଟି ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଏହି କମିଟିର ସଭାପତି ଭାବେ ସର୍ଜନ କୁମାର ବାରିକ, ଉପସଭାପତି ଭାବେ ରମେଶ କୁମାର ତନ୍ତୀ, ମୁଖ୍ୟ ସମ୍ପାଦକ ଭାବେ ଦିଗସେନ ଦୀପ, ସହ ସମ୍ପାଦକ ଭାବେ ଆଶିଷ କୁମାର ତାଣ୍ଡି, ମୁଖ୍ୟ ଉପଦେଷ୍ଟା ଭାବେ ସୁଦାମ ଜଗଦଲା, ସହ-ଉପଦେଷ୍ଟା ଭାବେ ଜ୍ୟୋତିରଞ୍ଜନ କୁଶଳ, କୋଷାଧ୍ୟକ୍ଷ ଭାବେ ସତ୍ୟନାରାୟଣ ପାଣ୍ଡେ ଏବଂ ସହ-କୋଷାଧ୍ୟକ୍ଷ ଭାବେ କୁନୁ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା କମିଟିରେ ଉପେନ୍ଦ୍ର ସେଠୀ, ସୋନୁ ଦଣ୍ଡସେନା, ଶତୃଘ୍ନ ନାଗ, ଜମ୍ବେଶ୍ୱର ହରିପାଲ ଓ ବୃନ୍ଦାବନ ସୁରୁଜାଲଙ୍କୁ ସାମିଲ କରାଯାଇଛି। ବୈଠକର ଶେଷରେ ସଭାପତି ସର୍ଜନ କୁମାର ବାରିକ ଅତିଶୀଘ୍ର ସ୍ଥାୟୀ କମିଟି ଗଠନ କରାଯିବା ସହ ସଂଘର ପଞ୍ଜୀକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ ନିଷ୍ପତି ନିଆଯାଇଛି। ବିଜେଡି ସରକାର ଶାସନରେ ଥିଲାବେଳେ ଦୀର୍ଘ ବର୍ଷ ଧରି ଟେଣ୍ଡର କାମରେ ୧୫% ଲେସ୍ ସିଷ୍ଟମ୍ ଲାଗୁ କରାଯାଇଥିବା ବେଳେ ବର୍ତମାନର ସରକାର ତାହା ଅନଲିମିଟେଡ୍ କରିଦେବାରୁ ଏସ୍ସି/ଏସ୍ଟି ଠିକାଦାର ମାନେ ଠିକାକାମ ପାଇପାରୁ ନାହାନ୍ତି ଫଳରେ ଠିକାଦାରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି। ବାହାର ରାଜ୍ୟର ସରକାର ତାହା ୧୦% ସୁଧାର ଆଣିଛନ୍ତି। ଆଗାମୀ ଦିନରେ ଯଦି ଓଡିଶା ସରକାର ଏସ୍ସି/ଏସ୍ଟି ଠିକାଦାରମାନଙ୍କର ଗାଇଡ ଲାଇନରେ ଠିକାଦାର ମାନଙ୍କ ପାଇଁ ପ୍ରତି ୧୦୦% ଟେଣ୍ଡରରୁ ୪୦% ଟେଣ୍ଡର ରିଜର୍ଭେସନ ନ ରଖନ୍ତି ତାହାହେଲେ ଏସସି/ଏସଟି ଠିକାଦାର ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଏବଂ ଫଳାଫଳ ପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ତଥା ମୁଖ୍ୟ ପ୍ରତିଷ୍ଠାତା ସର୍ଜନ କୁମାର ବାରିକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande