
ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଭିଯାନ ‘ଶୈଶବ ସୁରକ୍ଷା’କୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର, ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ, ସଦେଇପାଲି, ବଲାଙ୍ଗୀର ଠାରେ ତା.୨୭.୧୦.୨୦୨୬ରେ ‘ସୁରକ୍ଷିତ ଶୈଶବ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ(ଏସ୍ସି/ଏସ୍ଟି) ବଲାଙ୍ଗୀର ତଥା ଭାରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀ ସୁବ୍ରତ ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗୀର ଶ୍ରୀ ପବିତ୍ରାନନ୍ଦ ପ୍ରଧାନ, ବଲାଙ୍ଗୀର ଶ୍ରୀ ସାଧକ କାରଜୀ, ଗ୍ରାମ ନ୍ୟାୟଧିକାରୀ, ବଲାଙ୍ଗୀର ଶ୍ରୀ ଶିଶିର କୁମାର ଭୋଇ, ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଏସ୍. ଲତାଶ୍ରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବୃନ୍ଦାବନ ମହାକୁର ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟବିବାହ ନିରାକରଣ, ଶିଶୁ ଶୋଷଣ ଓ ନିର୍ଯାତନାରୁ ସୁରକ୍ଷା ତଥା ଶିଶୁମାନଙ୍କ ପ୍ରତି ଥିବା ସାମାଜିକ ଦାୟିତ୍ୱ ସମ୍ପର୍କରେ ସଚେତନତା ଉପରେ ଆଲୋକପାତ କରିଥିଲେ।
ଶ୍ରୀଯୁକ୍ତ ପ୍ରଧାନ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସେମାନଙ୍କୁ ଏକ ସୁରକ୍ଷିତ, ଭୟମୁକ୍ତ ଓ ଅଧିକାରଭିତିକ ପରିବେଶ ଯୋଗାଇଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ଶ୍ରୀ କାରଜୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଧାରା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ମହାକୁର ସମସ୍ତଙ୍କୁ ସ୍ୱାଗତ ଭାଷଣ ଏବଂ ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ