ଚାଷୀଙ୍କ ଅମଳ ଝୋଟ ଆଶ୍ରୟସ୍ଥଳୀରୁ ତଳକୁ ଫିଙ୍ଗିଦେଲେ ବିଡିଓ
କେନ୍ଦ୍ରାପଡ଼ା, ୨୭ ଅକ୍ଟୋବର(ହି.ସ.) – ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଆୟତପୁର ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଚାଷୀଙ୍କ ଅମଳ ଝୋଟକୁ ଆଶ୍ରୟସ୍ଥଳୀରୁ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ
ଚାଷୀଙ୍କ ଅମଳ ଝୋଟ ଆଶ୍ରୟସ୍ଥଳୀରୁ ତଳକୁ ଫିଙ୍ଗିଦେଲେ ବିଡିଓ


କେନ୍ଦ୍ରାପଡ଼ା, ୨୭ ଅକ୍ଟୋବର(ହି.ସ.) – ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଆୟତପୁର ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଚାଷୀଙ୍କ ଅମଳ ଝୋଟକୁ ଆଶ୍ରୟସ୍ଥଳୀରୁ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମାର୍ଶାଘାଇ ବିଡିଓଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଚାଷୀମାନେ ପରିଶ୍ରମ କରି ଅମଳ କରିଥିବା ଝୋଟକୁ ବାତ୍ୟା ଓ ବର୍ଷାରୁ ସୁରକ୍ଷା ଦେବା ପାଇଁ ଆୟତପୁର ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ। କିନ୍ତୁ ବର୍ଷା ହେଉଥିବା ସମୟରେ ଏହି ଝୋଟକୁ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀଙ୍କ ଅମଳ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଚାଷୀଙ୍କ ଅମଳ ଫସଲର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଭଳି ସ୍ଥିତିରେ ଚାଷୀଙ୍କ ଝୋଟକୁ କାହିଁକି ତଳକୁ ଫିଙ୍ଗି ଦିଆଗଲା, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି। ଏହି ଘଟଣାରେ ସମ୍ପୃକ୍ତ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସ୍ଥାନୀୟ ଚାଷୀମାନେ କହିଛନ୍ତି ଯେ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରି ଫସଲ ରଖିଥିଲେ। କିନ୍ତୁ ପ୍ରଶାସନିକ ନିର୍ଦ୍ଦେଶରେ ଏହାକୁ ତଳକୁ ଫିଙ୍ଗି ଦିଆଯିବା ଫଳରେ ସେମାନଙ୍କ ପରିଶ୍ରମ ବର୍ବାଦ ହେବାର ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ଉଚିତ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande