ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ ଏକତା ହିଁ ବଳ - କଳିକେଶ
ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ଜିଲ୍ଲା ଦଳିତ ସମାଜ ସଂଗଠିତ ଓ ଏକତ୍ରିତ ରହିଛି। ଆଜିର ନୂଆଁଖାଇ ଭେଟଘାଟରେ ତାହା ପ୍ରତିଫଳିତ ହୋଇଛି। ଆମେ ସବୁ ସମୟରେ ଜିଲ୍ଲା ଦଳିତ ସମାଜ ସହିତ ରହିଥିଲି, ରହିଛୁଁ ଏବଂ ରହିବୁ ବୋଲି ବଲାଙ୍ଗୀର ବିଧାୟକ କଳିକେଶ ସିଂଦେଓ ଜିଲ୍ଲା ଦଳିତ ସମାଜ ଦ୍ୱାରା ଆୟୋଜିତ ହୋଇଥି
ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ ଏକତା ହିଁ ବଳ - କଳିକେଶ


ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ ଏକତା ହିଁ ବଳ - କଳିକେଶ


ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ ଏକତା ହିଁ ବଳ - କଳିକେଶ


ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ଜିଲ୍ଲା ଦଳିତ ସମାଜ ସଂଗଠିତ ଓ ଏକତ୍ରିତ ରହିଛି। ଆଜିର ନୂଆଁଖାଇ ଭେଟଘାଟରେ ତାହା ପ୍ରତିଫଳିତ ହୋଇଛି। ଆମେ ସବୁ ସମୟରେ ଜିଲ୍ଲା ଦଳିତ ସମାଜ ସହିତ ରହିଥିଲି, ରହିଛୁଁ ଏବଂ ରହିବୁ ବୋଲି ବଲାଙ୍ଗୀର ବିଧାୟକ କଳିକେଶ ସିଂଦେଓ ଜିଲ୍ଲା ଦଳିତ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଆୟୋଜକ କମିଟିର ସଭାପତି ମଂଟୁ ବିଭାର ତଥା ସଂଯୋଜକ ଶମ୍ଭୁ ନାଗ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ସଭାରେ ଅନ୍ୟତମ ଅତିଥି ଭାବେ ବିରମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଅନୁଷ୍ଠାନର ଉପସଭାପତି ରୂପାଲି ମହାନନ୍ଦ, ସିଟ୍ସର ରତିନ୍ଦ୍ର ରାଏ, ବାଲ୍ମିକୀ ସମାଜର ଅକ୍ଷୟ ବନଛୋର, ଜେଡ୍ଡିବିଏମ୍ର ଅଧ୍ୟକ୍ଷ ନଟରାଜ ନାଗ, ଜିଲ୍ଲା ଦଳିତ ଶିକ୍ଷକ ସଂଘର ସଭାପତି କୃଷ୍ଣଚନ୍ଦ୍ର ବାଗ ମଂଚାସିନ ଥିଲେ। କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇଥିଲେ କିଶୋର କୁମ୍ଭାର। କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କୋଷାଧ୍ୟକ୍ଷ ସୁରେଶ ହରିପାଲ(ଛୋଟୁ), ବିଜୟ ଚନ୍ଦ୍ର ବାରିକ, ବାସୁଦେବ ମୁଗ୍ରୀ, ଗୌରୀଶଙ୍କର ଛତର, ପବିତ୍ର ନାଗ, ରବି ସୁନା, ଟିକୁରାଜ ନନ୍ଦ, ସୂର୍ଯ୍ୟମଣି ସୁନା, ସୁଶିଲ ହରିପାଲ, ସାଗର କୁମ୍ଭାର, ନବୀନ ନାଗ, ଶମ୍ଭୁପଦ ହରିପାଲ, ନବିନ ତାଣ୍ଡି, ବିଘ୍ନ ନାଏକ, ରିଂଟୁ ଠାକୁର, ହେମସାଗର ମହାନନ୍ଦ, ଦଶରଥ ନନ୍ଦ ପ୍ରମୁଖ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କୁନା ବାଗ ଓ ନେପାଲ ଚନ୍ଦ୍ର ବାଗ। ଶେଷରେ ଧନ୍ୟବାଦ ଦେଇଥିଲେ କିଶୋର କୁମ୍ଭାର।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande