ରାୟଗଡାରେ ବାତ୍ୟା ମୁକାବିଲା ପାଇଁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଲେ ପ୍ରଭାତୀ ପରିଡା
ଭୁବନେଶ୍ୱର , ୨୭ ଅକ୍ଟୋବର (ହି.ସ.)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମଙ୍ଗଳବାର ତାଙ୍କର ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବାତ୍ୟା ଅର୍ଣ୍ଣବ''ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସମୀକ୍ଷା ବୈଠକରେ ଶୂନ୍ୟ ଜୀବନ
hkguy


ଭୁବନେଶ୍ୱର , ୨୭ ଅକ୍ଟୋବର (ହି.ସ.)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମଙ୍ଗଳବାର ତାଙ୍କର ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବାତ୍ୟା ଅର୍ଣ୍ଣବ'ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସମୀକ୍ଷା ବୈଠକରେ ଶୂନ୍ୟ ଜୀବନହାନି' ବା ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେବା ସହ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ, ରାୟଗଡ଼ାର ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଅନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ସମସ୍ତ ବ୍ଲକ୍ ର ଅଧିକାରୀଗଣ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande