ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 1ଟାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନ
ସମ୍ଭାବ୍ୟ ବାତ୍ୟାକୁ         ଦୃଷ୍ଟିରେ ରଖି ଆଜି ଅପରାହ୍ନ 1ଟାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି


ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ବାତ୍ୟା

ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି

(୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ

ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି ।

ଜିଲ୍ଲାରେ ସମ୍ଭାବ୍ୟ

ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ

ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ

ବିଦ୍ୟାଳୟରେ ଉପସ୍ଥିତ ରହିବେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ

ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ ଗୁଡ଼ିକ ୨୪

ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ

ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏଥି ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି

।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande