ବାତ୍ୟା ପାଇଁ ସ୍ଥାନାନ୍ତର ହେବେ 48ହଜାର, ପ୍ରସ୍ତୁତି ପାଇଁ ଏସଡିଆରଏଫରୁ ୧୯ କୋଟି ଟଙ୍କା ପ୍ରଦାନ
ଲୋକଙ୍କ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.) - ବାତ୍ୟା ପାଇଁ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । କିଛି ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି, ସନ୍ଧ୍ୟା ସୁଦ୍ଧା ସାରିବୁ ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଏସଆରସିରାଜେଶ
ବାତ୍ୟା ପାଇଁ ସ୍ଥାନାନ୍ତର     ହେବେ 48ହଜାର, ପ୍ରସ୍ତୁତି ପାଇଁ ଏସଡିଆରଏଫରୁ ୧୯ କୋଟି ଟଙ୍କା ପ୍ରଦାନ


ଲୋକଙ୍କ ଜୀବନ ରକ୍ଷାକୁ

ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.) - ବାତ୍ୟା ପାଇଁ

୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । କିଛି ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି, ସନ୍ଧ୍ୟା ସୁଦ୍ଧା ସାରିବୁ ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି

ଏସଆରସିରାଜେଶ

ପ୍ରଭାକର ପାଟିଲ । ପ୍ରସ୍ତୁତି ପାଇଁ ଏସଡିଆରଏଫରୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଭାବିତ

ହେବାକୁ ଥିବା ଜିଲ୍ଲାମାନଙ୍କୁ ଅର୍ଥ ପ୍ରଦାନ ସରିଛି । ବିଭିନ୍ନ ସ୍ଥାନରେ ୧୯ ଶହ ମେଟ୍ରିକ ଟନ୍

ଗୋଖାଦ୍ୟ ମହଜୁଦ ଅଛି । ମୁକାବିଲା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି କରି ସାରିଛନ୍ତି । ମାଲକାନଗିରି

ଜିଲ୍ଲା ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସ୍ଥାନାନ୍ତରଣ

ପ୍ରକ୍ରିୟାରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୧ ହଜାର ୨୭୦ ଜଣଙ୍କୁ ଚିହ୍ନଟ କରାଯାଇଛି।

ଗଜପତିରେ ୧୧ ହଜାର, ମାଲକାନଗିରିରେ

୯ ହଜାର ୮୫୦, ଗଞ୍ଜାମରେ ୬ ହଜାର ୫୦୦, କୋରାପୁଟରେ

୫ ହଜାର ଏବଂ ନୂଆପଡ଼ାରେ ୧ ହଜାର ୬୭୫ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ ଚିହ୍ନଟ କରାଯାଇଛି।

ଅନ୍ୟପଟେ, ବିପର୍ଯ୍ୟୟର ମୁକାବିଲା ପାଇଁ ମୁତୟନ ହୋଇଛନ୍ତି ୪୮ଟି ଓଡ୍ରାଫ୍ ଟିମ୍, ୮ଟି ଏନଡିଆରଏଫ୍ ଟିମ୍ ଏବଂ ୨୨୫ଟି ଅଗ୍ନିଶମ ଟିମ୍। ଆଜି ସକାଳୁ ଗଞ୍ଜାମ, ପୁରୀ ଓ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଥିବାରୁ ଆଗକୁ ପ୍ରଭାବ ବଢ଼ିବା ଆଶଙ୍କା

ରହିଛି। ସମ୍ଭାବ୍ୟ ଭୂସ୍ଖଳନ ଓ ଅନ୍ୟାନ୍ୟ ବିପଦର ମୁକାବିଲା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ

ରାପିଡ୍ ରେସପନ୍ସ ଟିମ୍କୁ ମଧ୍ୟ ସଜାଗ ରଖାଯାଇଛି।

ବାତ୍ୟାର ସମ୍ଭାବ୍ୟ

ପ୍ରଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଲୋକଙ୍କ ଜୀବନ

ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏସଆରସି ସୂଚନା

ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande