
ଜୟପୁର, ୨୭ ଅକ୍ଟୋବର (ହି.ସ.) - ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ । ଆସନ୍ତା କାଲି ସକାଳୁ କାକିନାଡ଼ା ଠାରୁ କିଛି ଦୂରରେ ସ୍ଥଳ ଭାଗକୁ ଛୁଇଁବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ବାତ୍ୟା ଅର୍ଣ୍ଣବ ସ୍ଥଳ ଭାଗ କୁ ଛୁଇଁବା ପରେ ଆନ୍ଦ୍ର ସମେତ ଦକ୍ଷିଣ ଓଡ଼ିଶା ର ୧୫ ଜିଲା ପ୍ରଭାବିତ ହେବ। ଦକ୍ଷିଣ ଓଡ଼ିଶା ର କୋରପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ର ସାତଟି ପଂଚାୟତ ପ୍ରଭାବିତ ହେବ ଏହାକୁ ଦୃଷ୍ଟି ଆଗରେ ରଖି ଏହି ୭ଟି ସ୍ଥାନରେ ଲୋକଙ୍କୁ ରଖା ଯାଉଛି। ସଦରଙ୍ଗା,ର ଆଶ୍ରୟ ସ୍ଥଳୀ ରେ ବର୍ତମାନ ପର୍ଯ୍ୟନ୍ତ ୨୫୦ ଜଣ ଙ୍କୁ ରଖା ଯାଇଛି। କୋଟପାଡ଼ ବ୍ଲକର ବିଭିନ୍ନ ଅଂଚଳ ରୁ ୭୦ ଗର୍ଭବତୀ ମହିଳା ଙ୍କୁ ଉଦ୍ଧାର କରି ମା ଗୃହ ,ମେଡିକାଲ ଓ କଲ୍ୟାଣି ମଣ୍ଡପ ରେ ରଖା ଯାଇଛି।ଆଜି କୋଟପାଡ଼ ବ୍ଲକର ସଡ଼ରଙ୍ଗା ଆଶ୍ରୟ ସ୍ଥଳୀ ରେ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ର ଡ଼ାଇରେକ୍ଟର ପୁମା ଟୁଡୁ ଓ ବିଧାୟକ ରୂପୁ ଭତ୍ରା ପରିଦର୍ଶନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି