ସହର ମଧ୍ୟରେ ଗୋ ମାଂସ ବିକ୍ରି, କୁଇଂଟାଲ କୁଇଂଟାଲ ଗୋ ମାଂସ ଏବଂ ୨୨ଟି ଗାଈ ଜବତ ୧୦ ଜଣ ଗିରଫ
ଜୟପୁର, ୨୭ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା କୋଟପାଡ଼ ସହର ମଧ୍ୟରେ ଚାଲିଥିବା ବଡ଼ ଧରଣର କଂସେଇ ଖାନା ଉପରେ ରେଡ଼।ବହୁତ ଦିନ ଧରି କୋଟପାଡ଼ ସହରର ସିନେମା ହଲ ନିକଟରେ ଏକ କଂସେଇ ଖାନାରେ ଗୋ ମାଂସ କାଟି ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ କୋଟପାଡ଼ ଥାନା ଅଧିକାରୀ ରୁନୁ ମାଝୀ ଅତର୍କିତ ଚଢ଼ା
ସହର ମଧ୍ୟରେ ଗୋ ମାଂସ ବିକ୍ରି, କୁଇଣ୍ଟାଲ କୁଇଣ୍ଟାଲ ଗୋ ମାଂସ ଏବଂ ୨୨ଟି ଗାଈ ଜବତ ୧୦ ଜଣ ଗିରଫ


ଜୟପୁର, ୨୭ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା କୋଟପାଡ଼ ସହର ମଧ୍ୟରେ ଚାଲିଥିବା ବଡ଼ ଧରଣର କଂସେଇ ଖାନା ଉପରେ ରେଡ଼।ବହୁତ ଦିନ ଧରି କୋଟପାଡ଼ ସହରର ସିନେମା ହଲ ନିକଟରେ ଏକ କଂସେଇ ଖାନାରେ ଗୋ ମାଂସ କାଟି ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ କୋଟପାଡ଼ ଥାନା ଅଧିକାରୀ ରୁନୁ ମାଝୀ ଅତର୍କିତ ଚଢ଼ାଉ କରି ସେହି ସ୍ଥାନରେ କଟା ଗୋରୁ ମାଂସ ପ୍ରାୟ ୯ କୁଇଂଟାଲକୁ ପେଟ୍ରୋଲ ଓ ଡିଜେଲ ପକାଇ ନଷ୍ଟ କରିବା ସହ ଘଟଣା ସ୍ଥଳରୁ ୨୨ଟି ଜୀବିତ ଗୋରୁ କୁ ଉଦ୍ଧାର କରିଥିଲେ। ଗୋରୁ ମାଂସ କିଣୁଥିବା ୬ ଜଣ ବେପାରୀ ଏବଂ ଗାଈ କାଟୁଥିବା ୪ ଜଣଙ୍କୁ ଗିରଫ କରିଛନ୍ତି। ତେବେ କେଉଁଠାରୁ ଗୋରୁ ଆସୁଛି ଆଉ କିଏ କିଏ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ରୁନୁ ମାଝୀକହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande