
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ସହିଦ
ଯତୀନ୍ଦ୍ରନାଥ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ତାଙ୍କର ଜନ୍ମଜୟନ୍ତୀ ଅବସରରେ, ଆମେ ସହିଦ ଯତୀନ୍ଦ୍ରନାଥ ଦାସ ଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ
ସମ୍ମାନ ଜ୍ଞାପନ କରୁଛୁ। ଲାହୋର ଜେଲ୍ରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ଯୁବ କ୍ରାନ୍ତିକାରୀଙ୍କ
ତ୍ୟାଗ ସମଗ୍ର ଦେଶର ଚେତନାକୁ ଜାଗ୍ରତ କରିଥିଲା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଆହୁରି
ଶକ୍ତିଶାଳୀ କରିଥିଲା। ସହିଦ ଯତୀନ୍ଦ୍ରନାଥ ଦାସ ଅମର ରହନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା