
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ଓମକାର
ମହାନ୍ତି ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ
କହିଛନ୍ତି ଯେ, ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ବିଧାୟକ କ୍ରିକେଟ କପ୍ରେ
ଅଂଶଗ୍ରହଣ କରି ଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଥିବା ବଲାଙ୍ଗୀର ଜିଲ୍ଲାର ଯୁବ ପ୍ରତିଭା
ଓମକାର ମହାନ୍ତି ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।
ଏହି ଗୌରବମୟ ସଫଳତା ପାଇଁ
ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ
ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଓମକାରଙ୍କ ଏହି ସଫଳତା ଆମ ଅଞ୍ଚଳର ଯୁବପିଢ଼ିଙ୍କ
ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା