ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) ବିଶିଷ୍ଟ ଶିକ୍ଷାବିତ୍, ପ୍ରଖ୍ୟାତ ସାହିତ୍ୟିକ ତଥା ଭାରତୀୟ ଶିକ୍ଷା ଜଗତର ଅନ୍ୟତମ ପ୍ରମୁଖ ସ୍ୱର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମ
ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) ବିଶିଷ୍ଟ ଶିକ୍ଷାବିତ୍, ପ୍ରଖ୍ୟାତ ସାହିତ୍ୟିକ ତଥା ଭାରତୀୟ ଶିକ୍ଷା ଜଗତର ଅନ୍ୟତମ ପ୍ରମୁଖ ସ୍ୱର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଶୋକବାର୍ତ୍ତା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଫେସର ମହାନ୍ତିଙ୍କ ଅଗ୍ରଣୀ ଗବେଷଣାମୂଳକ କାର୍ଯ୍ୟ ଓଡ଼ିଶାର ସମୃଦ୍ଧ ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟକୁ ବ୍ୟାପକ ପରିଚିତି ଦେଇଥିଲା। ସାହିତ୍ୟ, ସାଂସ୍କୃତିକ ଇତିହାସ ଓ ମାନବୀୟ ବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ଦେଶର ବୌଦ୍ଧିକ ପରିସର ଓ ଶିକ୍ଷା ପରମ୍ପରାକୁ ସମୃଦ୍ଧ କରିଛି।

ବିସ୍ମୃତ ସାହିତ୍ୟିକ ଓ ଅନାଲୋଚିତ ସାହିତ୍ୟିକ କୃତିଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ସମାଲୋଚନାତ୍ମକ ଚିନ୍ତନର ପ୍ରସାରରେ ପ୍ରଫେସର ମହାନ୍ତିଙ୍କ ଭୂମିକା ଅବିସ୍ମରଣୀୟ ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କର ଗବେଷଣା ଓ ସାରସ୍ୱତ ସାଧନା ଆଗାମୀ ପିଢ଼ିର ଗବେଷକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ପ୍ରଫେସର ମହାନ୍ତିଙ୍କ ପରିବାର, ବନ୍ଧୁବର୍ଗ, ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରତି ଶ୍ରୀ ପ୍ରଧାନ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ଓଁ ଶାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande