
କାଠମାଣ୍ଡୁ (ନେପାଳ), ଅକ୍ଟୋବର ୨୮ (ହି.ସ.)। କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଲିସ ୧୪ କିଲୋଗ୍ରାମ ଥାଇ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଭାରତର ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପରିଚୟ ୪୬ ବର୍ଷୀୟା ଶବାନାନୁ ୟାର ମହମ୍ମଦ ଶେଖ ଏବଂ ୩୫ ବର୍ଷୀୟା ଶରିଫା ଆବାସଙ୍କ ଭାବେ ଜଣାପଡ଼ିଛି।
ନେପାଳକୁ ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କ ଯାଞ୍ଚ ଓ ପ୍ରୋଫାଇଲିଂ ସମୟରେ ମଙ୍ଗଳବାର ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଶାଖାରେ ନିୟୋଜିତ ପୁଲିସ ଟିମ୍ ଉଭୟ ମହିଳାଙ୍କୁ ଗିରଫ କରିଥିଲା। ଦୁହେଁ ବାଟିକ୍ ଏୟାର ବିମାନରେ କାଠମାଣ୍ଡୁରେ ପହଞ୍ଚିଥିଲେ।
ପୁଲିସର ସୂଚନା ଅନୁଯାୟୀ, ଉଭୟ ମହିଳା ଥାଇଲାଣ୍ଡରୁ ମାଲେସିଆ ଦେଇ ନେପାଳ ଆସିଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସହକାରୀ ମୁଖପାତ୍ର ଜୀବନ ନିରୌଲା କହିଛନ୍ତି ଯେ, ଉଭୟ ମହିଳାଙ୍କୁ ପଚରାଉଚରା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା