
ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ
ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ୱର,
୨୮ ଅକ୍ଟୋବର (ହି.ସ.)- ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ବାତ୍ୟା ଅର୍ଣ୍ଣବ
ସମ୍ପୂର୍ଣ୍ଣ ସ୍ଥଳଭାଗକୁ ପ୍ରବେଶ କରିଛି। ଏହା ପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ଭୀଷଣ
ବାତ୍ୟା ରେ ପରିଣତ ହୋଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା
ସହ ଧୀରେ ଧୀରେ ଦୁର୍ବଳ ହେବ। ପରବର୍ତ୍ତୀ ୬ ଘଣ୍ଟାରେ ବାତ୍ୟା ଏବଂ ତା’ପର ୬ ଘଣ୍ଟାରେ ଗଭୀର
ଅବପାତରେ ପରିଣତ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆଜି ସନ୍ଧ୍ୟା ବେଳକୁ ଭୀଷଣ
ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ମୁହାଁଇବ। ମାଲକାନଗିରି କ୍ରସ ବେଳେ ଏହା ଅଵପାତରେ
ରହିବ । ଏହା ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଓ ପବନକୁ ନେଇ ଆସନ୍ତା 24 ଘଣ୍ଟା ପାଇଁ
ରେଡ଼ ଆଲର୍ଟ ଜାରି ହୋଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଂଜାମ, ଗଜପତି ଠାରେ ପବନ ର ବେଗ 60 ରୁ 80 କିଲୋମିଟର ଓ ଝଟକା ପବନ 90
କିଲୋମିଟର ପ୍ରତିଘଣ୍ଟା ପବନ ବହିବ ବୋଲି ଆଇଏମଡିପକ୍ଷରୁ ରେଡ଼ ଆଲର୍ଟ ଦିଆଯାଇଛି। ଏହି ଜିଲ୍ଲା ମାନଙ୍କରେ ପ୍ରବଳ
ବର୍ଷା ସହ କିଛି କିଛି ସ୍ଥାନ ରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ର ସମ୍ଭାବନା ଥିବାରୁ ରେଡ଼
ଆଲର୍ଟ ଦେଇଛି ପାଣିପାଗ ବିଭାଗ। ଏହା ଛଡ଼ା କନ୍ଧମାଳ, ବଲାଙ୍ଗୀର, ନୂଆପଡା, ସୋନପୁର, ବରଗଡ଼ , ବୌଦ୍ଧ, କଳାହାଣ୍ଡି, ନୟାଗଡ଼ , ପୁରୀ ଓ ଖୋର୍ଧା ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବର୍ଷା ସହ
ପବନ 40 ରୁ 50 ଓ ଝଟକା ପବନ 60 କିଲୋମିଟର ପ୍ରତି ଘଣ୍ଟାରେ ପ୍ରଭାବିତ ହେବାର ସମ୍ଭାବନା
ରହିଛି।
ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ
ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
କରାଯାଇଛି।ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା
ରହିଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା
ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା