ଅର୍ଣ୍ଣଵର ପରବର୍ତୀ ସମୟ ଗଞ୍ଜାମ ପାଇଁ ଦୁଃଖର କାରଣ
ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଅର୍ଣ୍ଣଵ ଆସିଲା ଓ ଚାଲିଗଲା। କିନ୍ତୁ ତା'' ପରଵର୍ତ୍ତୀ ସମୟ ଗଞ୍ଜାମ ଜିଲ୍ଲା ପାଇଁ ଆସିଥିବା ଦୁଃଖ କଷ୍ଟ କହିଲେ ନସରେ। ଭଞ୍ଜନଗର, ସୋରଡ଼ା, ଆସିକା଼, ଧରାକୋଟ, ଶେରଗଡ, ପିତଳ, ସାନଖେମୁଣ୍ଡି, ଦଶମଇଲି, ଜାହାଡା, ପୁରୁଷୋତ୍ତମପୁର ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ
ଅର୍ଣ୍ଣଵର ପରବର୍ତୀ ସମୟ ଗଞ୍ଜାମ ପାଇଁ ଦୁଃଖର କାରଣ


ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଅର୍ଣ୍ଣଵ ଆସିଲା ଓ ଚାଲିଗଲା। କିନ୍ତୁ ତା' ପରଵର୍ତ୍ତୀ ସମୟ ଗଞ୍ଜାମ ଜିଲ୍ଲା ପାଇଁ ଆସିଥିବା ଦୁଃଖ କଷ୍ଟ କହିଲେ ନସରେ। ଭଞ୍ଜନଗର, ସୋରଡ଼ା, ଆସିକା଼, ଧରାକୋଟ, ଶେରଗଡ, ପିତଳ, ସାନଖେମୁଣ୍ଡି, ଦଶମଇଲି, ଜାହାଡା, ପୁରୁଷୋତ୍ତମପୁର ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ହଜାର ହଜାର ଲୋକେ ଜଳଵନ୍ଦୀ ଅଵସ୍ଥାରେ ରହିଛନ୍ତି। ଲୋକେ ଦୁଇଦିନ ହେଲା ଅଖିଆଅପିଆ ରହିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ରାସ୍ତା, ଵ୍ରିଜ ରାସ୍ତା ଧୋଇ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ଯେତେ ଲୋକେ ବିପନ୍ନ ଅବସ୍ଥାରେ ଅଛନ୍ତି ସେହିସମସ୍ତ ଲୋକମାନଙ୍କୁ ସରକାର ପକ୍ଷରୁ ଆଶ୍ରୟ ଯୋଗାଇଵା ସମ୍ଭଵପର ନୁହେଁ । ଚାରୋଟି ସ୍ଥାନରୁ ସରକାରଙ୍କ ପକ୍ଷରୁ ଏୟାର ଲିଫ୍ଟ କରି ଦୁଇ ହଜାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande