ଲାଂଚ ମାମଲାରେ ଆରଆଇ ପ୍ରଶାନ୍ତ କୁମାର ନାୟକ ଦୋଷୀ ସାବ୍ୟସ୍ତ, ୪ ବର୍ଷ ଜେଲ୍ ଦଣ୍ଡ
କଟକ/ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଲାଂଚ ମାମଲାରେ କଟକ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ଆରଆଇ ପ୍ରଶାନ୍ତ କୁମାର ନାୟକଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ହୋଇଛି। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତ ଏହି ରାୟ ଶୁଣାଇ
ଲାଂଚ ମାମଲାରେ ଆରଆଇ ପ୍ରଶାନ୍ତ କୁମାର ନାୟକ ଦୋଷୀ ସାବ୍ୟସ୍ତ, ୪ ବର୍ଷ ଜେଲ୍ ଦଣ୍ଡ


କଟକ/ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଲାଂଚ ମାମଲାରେ କଟକ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ଆରଆଇ ପ୍ରଶାନ୍ତ କୁମାର ନାୟକଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ହୋଇଛି। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି।

ପ୍ରଶାନ୍ତ କୁମାର ନାୟକ କିଶନନଗର ତହସିଲ ଅଧୀନ ସମିତଙ୍ଗ ଆରଆଇ ସର୍କଲରେ ରାଜସ୍ୱ ନିରୀକ୍ଷକ ଥିବାବେଳେ ବର୍ତମାନ ସାଲେପୁର ତହସିଲ ଅଧୀନ ସାଲେପୁର ଆରଆଇ ସର୍କଲରେ କାର୍ଯ୍ୟରତ ଥିଲେ। ସରକାରୀ ଜମି ସମ୍ପର୍କିତ ଏକ ଜବରଦଖଲ ମାମଲା ଜାରି ରଖିବା ପାଇଁ ସେ ଜଣେ ଅଭିଯୋଗକାରୀଙ୍କଠାରୁ ଲାଂଚ ଦାବି କରିବା ସହ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଏବଂ ୧୩(୨) ସହ ୧୩(୧)(ଡି) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଗୁରୁବାର, ୨୯ ଅକ୍ଟୋବର ୨୦୨୬ରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷର ସଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି।

ଅନ୍ୟପକ୍ଷରେ, ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଶାନ୍ତ କୁମାର ନାୟକଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସକ୍ଷମ କର୍ତୃପକ୍ଷଙ୍କ ନିକଟରେ ପ୍ରସ୍ତାବ ରଖିବ ବୋଲି ଜଣାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande