ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲା : ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ରାଜ୍ୟସଭା ନିର୍ବାଚନ ବେଳେ କ୍ରସ୍ ଭୋଟିଂ ବିବାଦ ମାମଲାରେ ବିଜେଡିର ୫ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବିଜେଡିରୁ ନିଲମ୍ବିତ ୫ ବିଧାୟକ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼ , ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ନୋଟିସ୍ ଜାର
odisha high court


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ରାଜ୍ୟସଭା ନିର୍ବାଚନ ବେଳେ କ୍ରସ୍ ଭୋଟିଂ ବିବାଦ ମାମଲାରେ ବିଜେଡିର ୫ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବିଜେଡିରୁ ନିଲମ୍ବିତ ୫ ବିଧାୟକ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼ , ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ନୋଟିସ୍ ଜାରି ହୋଇଛି। ଜାନୁଆରୀ ପୂର୍ବରୁ ସେମାନଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୧ରେ ମାମଲାର ପରବର୍ତୀ ଶୁଣାଣି ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande