ବାତ୍ୟା 'ଅର୍ଣ୍ଣବ'କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ବାତ୍ୟା ''ଅର୍ଣ୍ଣବ''କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବର ପ୍ରଭାବ, ପ୍ରଭାବିତ
ବାତ୍ୟା 'ଅର୍ଣ୍ଣବ'କୁ ନେଇ ସ୍ବରାଷ୍ଟ୍ର     ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ବାତ୍ୟା 'ଅର୍ଣ୍ଣବ'କୁ ନେଇ ସ୍ବରାଷ୍ଟ୍ର

ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଓଡ଼ିଶାରେ ବାତ୍ୟା

ଅର୍ଣ୍ଣବର ପ୍ରଭାବ, ପ୍ରଭାବିତ

ଜିଲ୍ଲାଗୁଡ଼ିକର ବର୍ତ୍ତମାନର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ରିଲିଫ୍ ଓ

ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶାକୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଶାହ ଆଶ୍ୱାସନା ଦେଇଛନ୍ତି।ଭାରତ ସରକାରଙ୍କ

ସହଯୋଗ ଓ ସମର୍ଥନ ଲୋକଙ୍କ ଜୀବନ ସୁରକ୍ଷା, ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ଯୋଗାଇବା ଏବଂ ସମଗ୍ର ରାଜ୍ୟରେ ରିଲିଫ୍,

ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଆମର ପ୍ରୟାସକୁ ଆହୁରି

ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande