
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ। ଗଣମାଧ୍ୟମକୁ ସୂଚନା ଦେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମରେ ଏତେ ବର୍ଷା ହେବ ବୋଲି ଆକଳନ କରି ନ ଥିଲୁ । ବର୍ତମାନ ଋଷିକୁଲ୍ୟା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପୁରୁଷୋତମପୁରରେ ବିପଦ ସଂକେତ ୧୭ମି. ଉପରେ ଜଳସ୍ତର ୧୯ମି. ରହିଛି। ଆଉ ୩ରୁ ୪ ଘଂଟା ପର୍ଯ୍ୟନ୍ତ ଜଳସ୍ତର ବଢ଼ିବ, ତାପରେ କମିବ। ଆଜି ସନ୍ଧ୍ୟା ପରଠାରୁ ଗଞ୍ଜାମରେ ବନ୍ୟା ସ୍ଥିତିରେ ସୁଧାର ଆସିପାରେ। ଅନ୍ୟପକ୍ଷରେ ବଂଶଧାରା ଜଳସ୍ତର କମିବା ଆରମ୍ଭ କରିଛି ମାତ୍ର ରୁଷିକୁଲ୍ୟା ଉପରେ ନଜର ରହିଛି। ବାହୁଦା ନିକଟରେ ରେଲୱେ ବ୍ରିଜ୍ କୁ ପାଣି ଲାଗି ଯାଇଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା