ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ , ହେଲିକପ୍ଟରରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ - ମନ୍ତ୍ରୀ
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ର ୨୦୮ ପଂଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ୧୮ଟି ସହରାଂଚଳରେ ୫୬ଟି ୱାର୍ଡ ସହିତ ଜିଲ୍ଲାର ୪୨ ହଜାର ୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି।
jhgjj,l


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ର ୨୦୮ ପଂଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ୧୮ଟି ସହରାଂଚଳରେ ୫୬ଟି ୱାର୍ଡ ସହିତ ଜିଲ୍ଲାର ୪୨ ହଜାର ୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ୨୨ଟି ଗାଁ ଜଳବନ୍ଦୀ ସ୍ଥିତିରେ ରହିଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ ଜଳବନ୍ଦୀ ଥିବା ଲୋକଙ୍କୁ ହେଲିକପ୍ଟରରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆକାଶରେ ଅଧିକ ବାଦଲ ଥିବାରୁ ହେଲିକପ୍ଟର ବ୍ୟବହାର ବିଳମ୍ବ ହେଉଛି। ସ୍ଥିତିକୁ ଦେଖି ଓଡ୍ରାଫ, ଏନ୍ଡିଆରଏଫ୍ ଓ ଅଗ୍ନିଶମ ଟିମ୍ ସଂଖ୍ୟା ବଢ଼ାଯାଇଛି। ବର୍ତମାନ ୫୨ ଓଡ୍ରାଫ, ୫ ଏନଡିଆରଏଫ୍ ଓ ୪୫ ଅଗ୍ନିଶମ ଟିମ୍ ମୁତୟନ ଅଛନ୍ତି। ସରକାରଙ୍କ ୧୬ଟି ବୋଟ୍ ଓ ୨୫ଟି ଘରୋଇ ବୋଟ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande